
ଜୟପୁର, ୨୯ ଡିସେମ୍ବର (ହି.ସ.) - ଜୟପୁର ସଦରଥାନା ଅଂଚଳର ଜାତୀୟ ରାଜପଥ କଡରେ ଥିବା ଏକ ଘରୋଇ ବ୍ୟାଙ୍କ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କୁ ଭିତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ ସୂଚନା ଅନୁଯାୟୀ ପାରାବେଡା ଶ୍ରୀରାମ ନଗର ଅଂଚଳର ରାଜେଶ୍ୱର ଆଚାରୀ (୬୩) ଏକ ସ୍କୁଟିରେ ରାସ୍ତା ପାର ହେଉଥିବା ସମୟରେ ଜୟପୁର ଠାରୁ ନବରଙ୍ଗପୁର ଯାଉଥିବା ଏକ ପଲସର ବାଇକ(ଓଡି୨୪-କେ-୧୮୭୬) ଦୃତ ଗତିରେ ଆସି ଧକ୍କା ଦେଇଥିଲା। ଯାହା ଫଳରେ ରାଜେଶ୍ୱରଙ୍କ ଗୋଡ, ମୁଣ୍ଡ ଓ ହାତରେ ଗୁରୁତର ଆଘାତ ଲାଗିଛି। ଯାହା ଫଳରେ ରାଜେଶ୍ୱରଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଏନେଇ ରାଜେଶ୍ୱରଙ୍କ ଝିଅ ଶୃତି ଆଚାରୀ ସଦର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି