ଚାଷ ଜମିକୁ ଅବରୋଧ ନେଇ ତହସିଲ କାର୍ଯ୍ୟାଳୟ ଚାଷୀଙ୍କ ଧାରଣା
ଖୋର୍ଦ୍ଧା,29 ଡିସେମ୍ବର (ହି.ସ.)ଖୋର୍ଦ୍ଧା ସହର ପଲଟନ ପୋଖରୀ ନିକଟ ଚାଷ ଜମିର ରାସ୍ତାକୁ କରାଯାଇଛି ଅବରୋଧ କରାଯାଇଛି।ସେଠାରେ ଗୋଷ୍ଠୀ ଗୃହ ନିର୍ମାଣ ଦ୍ୱାରା ପୋଖରୀ କୂଳରେ ଥିବା ଚାଷ ଜମିକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ, ହଳ କି’ ଟ୍ରାକ୍ଟରଟିଏ ବି ବିଲକୁ ଯାଇପ
ତହସିଲ


ଖୋର୍ଦ୍ଧା,29 ଡିସେମ୍ବର (ହି.ସ.)ଖୋର୍ଦ୍ଧା ସହର ପଲଟନ ପୋଖରୀ ନିକଟ ଚାଷ ଜମିର ରାସ୍ତାକୁ କରାଯାଇଛି ଅବରୋଧ କରାଯାଇଛି।ସେଠାରେ ଗୋଷ୍ଠୀ ଗୃହ ନିର୍ମାଣ ଦ୍ୱାରା ପୋଖରୀ କୂଳରେ ଥିବା ଚାଷ ଜମିକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ, ହଳ କି’ ଟ୍ରାକ୍ଟରଟିଏ ବି ବିଲକୁ ଯାଇପାରୁନି। ସେଥିପାଇଁ ପୋଖରି ତଳିଆ ଚାଷ ଜମି ସବୁ ପଡ଼ିଆ ପଡିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ବାରମ୍ବାର ଏନେଇ ତହସିଲ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ କରାନଯିବାରୁ ଗୁରୁଜଙ୍ଗ ଗାଁର ଶଶୀ ଭୂଷଣ ମିଶ୍ରଙ୍କ ନେତୃତ୍ବରେ ସ୍ଥାନୀୟ ଲୋକେ ସୋମବାର ଖୋର୍ଦ୍ଧା ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଧାରଣା ଦେଇଥିବା ଜମି ମାଲିକଙ୍କ ଅଭିଯୋଗ ଅନୁଯାୟୀ, କେଉଁ କାଳରୁ ଉକ୍ତ ପୋଖରୀ କୂଳରେ ରାସ୍ତା ଥିଲା। ହଳ, ଶଗଡ଼ ନେଇ ଲୋକେ ଚାଷ କାର୍ଯ୍ୟ କରିବାକୁ ସେଠାକୁ ଯାଉଥିଲେ। ସେହି ଜମିକୁ ସରକାରୀ ରାସ୍ତା ରହିଛି l ସର୍ବସାଧାରଣ ଯାତାୟତ ପାଇଁ ସତ୍ତ୍ବ ରହିଛି l ଗତ ସରକାର ସମୟରେ ପଲଟନ ପୋଖରୀ ଓ ଚତୁରପର୍ଶ୍ଵ ଉନ୍ନତିକରଣ ନାଁରେ ଉଦ୍ଦେଶ୍ୟମୂଳକ ଭାବରେ ରାସ୍ତାରେ କମ୍ୟୁନିଟି ଗୃହ ନିର୍ମାଣ କରାଗଲା। ସେଥିପାଇଁ ଉକ୍ତ ରାସ୍ତା ଅବରୋଧ ହୋଇପଡ଼ିଛି। ଉକ୍ତ ରାସ୍ତା ଦେଇ ଆଉ ଜମିକୁ ହଳ ଟ୍ରାକ୍ଟର ଯାଇପାରୁନି। ପୋଖରି ହୁଡ଼ାକୁ ଲାଗି ଲୁହା ଗ୍ରିଲରେ ବାଡ଼ କରାଯାଇଥିବାରୁ ଯାତାୟତରେ ବାଧା ଉପୁଜିଛି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି। ୨୦୧୬ମସିହାରୁ ଏନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରି ଧାରଣା ଦେଇଥିଲେ। ଏନେଇ ଖବର ପାଇ ଖୋର୍ଦ୍ଧା ତହସିଲଦାର ବିଭାଷ ରଞ୍ଜନ ପାଣିଗ୍ରାହୀ ଓ ଖୋର୍ଦ୍ଧା ପୌରାଧିକାରୀ ରିଜୁଆନ କଅକବ ଧାରଣାରତଙ୍କ ପାଖରେ ପହଞ୍ଚି ଏକ ମାସ ମଧ୍ୟରେ ମାପଚୁପ କରିବା ସହିତ ଚାଷ ଜମିକୁ ଅବରୋଧ କରାଯାଇଥିବା ଲୁହା ବାଡ଼ ହଟାଇବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande