




ସମ୍ବଲପୁର, ୨୯, ଡିସେମ୍ବର (ହି.ସ.) ବହୁ ଚର୍ଚ୍ଚିତ ରଣଭୂମି କୁଦୋପାଲି ଘାଟିରେ ସମ୍ମୁଖ ଯୁଦ୍ଧରେ ୩୦ ଡିସେମ୍ବର ୧୮୫୭ରେ ବୀରଗତି ପ୍ରାପ୍ତ ହୋଇଥିବା ବୀର ସୁରେନ୍ଦ୍ର ସାଏଙ୍କ ଭାଇ ବୀର ଛବିଳ ସାଏଙ୍କ ସମେତ ୫୭ ଜଣ ସହିଦ୍ ବୀର ସଂଗ୍ରାମୀଙ୍କ ସ୍ମୃତିରେ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ପଦଯାତ୍ରାଟି ଭିଏସଏସ ପ୍ରଥାମିକ ବିଦ୍ୟାଳୟ ଠାରୁ ଅତ୍ୟନ୍ତ ଉତ୍ସାହର ସହିତ ଆରମ୍ଭ ହୋଇ କୁଦୋପାଲି ସହିଦ ସ୍ମାରକୀ ଠାରେ ଶେଷ ହୋଇଥିଲା। ଉକ୍ତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର , ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ପୂର୍ବତନ ବିଧାୟକ ନାଉରୀ ନାୟକ, ଉତରାଂଚଳ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ଏସପି ମୁକେଶ ଭାମୂ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି ପ୍ରମୂଖ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀ ଆୟୋଜିତ ପଦଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩୦ ଡିସେମ୍ବର ୧୮୫୭ ରେ କୁଦୋପାଲି ଠାରେ ବୀର ସୁରେନ୍ଦ୍ର ସାଏଙ୍କ ଭାଇ ବୀର ଛବିଳ ସାଏଙ୍କ ସମେତ ୫୭ ଜଣ ବୀର ସଂଗ୍ରାମୀ କିଭଳି ଇଂରେଜ ମାନଙ୍କ ବିରୁଦ୍ଧରେ ବୀରତ୍ୱ ପ୍ରଦର୍ଶନ କରି ସ୍ୱତନ୍ତ୍ର ଗାଥା ସୃଷ୍ଟି କରିଥିଲେ ତାହା ଉପରେ ଆଲୋକପାତ କରିଥିଲେ। ତାଙ୍କ ସ୍ମୃତିରେ ଆଜିର ଏହି ପଦଯାତ୍ରା ଉଲ୍ଲେଖିତ ବୋଲି କହିଥିଲେ। ଏପରିକି ଏହି ବର୍ବରତାର କାହାଣୀ କୌଣସି ଗୁଣରେ ଜାଲିୱ୍ୱାନାବାଗ୍ ଗଣସଂହାର ଘଟଣାଠାରୁ କମ ମହତ୍ୱପୂର୍ଣ୍ଣ ନୁହେଁ ବୋଲି ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏକ ପୁସ୍ତକ ଦି ସାଗା ଓଫ କୁଦୋପାଲି ଦ ଅନସଙ୍ଗ ଷ୍ଟୋରି ଓଫ ୧୮୫୭ ପୁସ୍ତକ ଇଂରାଜୀ, ଓଡିଆ ହିନ୍ଦୀ ଭାଷାରେ ଲିଖିତ ପୁସ୍ତକ କୁଦୋପାଲି ଉପରେ ପରିବେଷ୍ଠିତ ବୋଲି ମଧ୍ୟ ସୂଚନା ଦେଇଥିଲେ। ଆଗାମୀ ଦିନ ରେ ଉକ୍ତ ପୁସ୍ତକର ଦଶୋଟି ଭାଷାରେ ସଂସ୍କରଣ ବାହାର କରିବାକୁ ଏନବିଟି ପକ୍ଷ ପ୍ରକାଶ ଏହାର ଦାୟିତ୍ୱ ବହନ କରିଛି ବୋଲି କହିଥିଲେ। ଆଗାମୀ ଦିନରେ ଏହି ଭୂମିକୁ ଆକର୍ଷଣୀୟ ସାଂସ୍କୃତିକ ପୀଠସ୍ଥଳୀ ଭାବେ ଗଢିତୋଳିବାକୁ ଜିଲ୍ଲାପ୍ରଶାସନକୁ ପରାମର୍ଶ ଦେଇଥିଲେ।
ଆଜିର ଏହି ପଦଯାତ୍ରାରେ ବୁଦ୍ଧିଜୀବୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବର୍ଗର ଜନସାଧାରଣ ସାମିଲ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ