
କନ୍ଧମାଳ, ୩୦ ଡିସେମ୍ବର (ହି.ସ.)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା କନ୍ଧମାଳ l ଜନ ଜୀବନ ସମ୍ପୂର୍ଣ ଅସ୍ତବ୍ୟସ୍ତ l କିଛିଦିନ ହେବ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀରେ, ରେକର୍ଡ ଭାଙ୍ଗୁଛି ଘୁ.ଉଦୟଗିରି l ଏଭଳି ପରିସ୍ଥିତିରେ ଏକ ଦୁଃସାହସିକ ପଦକ୍ଷେପ ନେଇ କିଛି ଈଶ୍ୱରୀୟ ନିଷ୍ଠ, ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ଟ୍ରଷ୍ଟ, ଭବାନୀପାଟଣା ପକ୍ଷରୁ ୧୮ ଜଣ ଶ୍ରଦ୍ଧାଳୁ ପଣ୍ଡିତ ମଙ୍ଗୁଳୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ବାଲାଜୀ ମଠ ମହନ୍ତ ଶ୍ରୀ ଜଗନ୍ନାଥ ଦାଶଙ୍କ ମାର୍ଗଦର୍ଶନରେ ତ୍ରିନାଥ ସେଠୀ, ଅଭିମନ୍ୟୁ ପ୍ରଧାନ, ମଧୁ ସୁଦନ ବେହେରା, ପୁରୁଷୋତ୍ତମ ପ୍ରଧାନ, ଘାସିରାମ ଜେନା, କମ୍ବୁପାଣି ପରିଛା, ନଗେନ୍ ମହାରଣା, କାଳୀ ପ୍ରସାଦ ଡାକୁଆ, ରବିଚନ୍ଦ୍ର ଆରୁଖ, ଭାଗିରଥି ମହାରଣା, ଭଗବାନ ବିଶୋଇ, ଜଗବନ୍ଧୁ ବେହେରା, ଜଗନ୍ନାଥ ମହାରଣା, ସନ୍ତୋଷ ନାୟକ, ସଚ୍ଚିଦାନନ୍ଦ ମହାଖୁଡ଼, କ୍ଷିରସିନ୍ଧୁ ପ୍ରଧାନ ଓ ବିକାଶ ସାହୁ ଆଜି ପ୍ରାତଃ ୫ଟା ୫୬ ମିନିଟ୍ ସମୟରେ ରାଇକିଆ ଠାରୁ ଆଜିର ଯାତ୍ରା ଆରମ୍ଭ କରି ନିଲୁଙ୍ଗିଆ ରାସ୍ତା କଡ଼ରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପୂର୍ବକ ପ୍ରସାଦ ସେବନ କରି ଘୁ.ଉଦୟଗିରି ସ୍ଥିତ ଶିବ ମନ୍ଦିର ଠାରେ ରାତ୍ରୀ ଯାପନ କରିବାର ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି l ଦିନକୁ ୨୫ରୁ ୩୦ କି.ମି. ଯାତ୍ରା କରିବାକୁ ଲକ୍ଷ୍ୟ ରଖାଯାଇଥିବା ବାଲାଜୀ ମଠ ମହନ୍ତ ଶ୍ରୀ ଜଗନ୍ନାଥ ଦାସ ପ୍ରକାଶ କରିଥିଲେ l ଅନେକ ଶୁଭେଚ୍ଛୁ, ହୃଦୟବାନ ବ୍ୟକ୍ତି ଶ୍ରଦ୍ଧାଳୁ ସ୍ଵାଗତ ଜଣାଇଥିବା ବେଳେ ରାଇକିଆ ଠାରେ ଦୁର୍ଯ୍ୟୋଧନ ଲେଙ୍କା ନାମକ ଶ୍ରଦ୍ଧାଳୁ ପୁଷ୍ପମାଲ୍ୟ ସହ ଉତ୍ତରୀୟ ପ୍ରଦାନ କରିବା ସହିତ ନୂତନ ଭାବେ ନିର୍ମିତ ନିଜ ଘରେ ରାତ୍ରି ସମୟରେ ବିଶ୍ରାମ ନେବାକୁ ଅନୁରୋଧ କରିଥିଲେ l ପଣ୍ଡିତ ମଙ୍ଗୁୁଳୁ ମିଶ୍ର, ଇଶ୍ବରଙ୍କ ନାମରେ ବିଶ୍ୱାସ, ଜୀବେ ଦୟା, ପ୍ରକୃତିକୁ ପ୍ରେମ କରିବାର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟ ରହିଛି ବୋଲି ପ୍ରକାଶ କରିଛନ୍ତି l ପ୍ରାୟ ୧୮ଦିନରେ ପୁରୀ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଥିବା କମ୍ବୁପାଣି ପରିଛା ପ୍ରକାଶ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ