ମହିଳା କ୍ଷୁଦ୍ର ଋଣ ସମବାୟ ସମିତିର ୨୧ତମ ବାର୍ଷିକୋତ୍ସବ ପାଳିତ
କେନ୍ଦ୍ରାପଡା, ୩୦ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ମହିଳା କ୍ଷୁଦ୍ର ଋଣ ସମବାୟ ସମିତିର ୨୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ କବି ଓ ସ୍ତମ୍ଭକାର ନିରାକାର ଦାସ ଯୋଗଦାନ କରି ସଚ୍ଚୋଟ ଓ ନୀତିନିଷ୍ଠ
ମହିଳା କ୍ଷୁଦ୍ର ଋଣ ସମବାୟ ସମିତିର ୨୧ତମ ବାର୍ଷିକୋତ୍ସବ ପାଳିତ


କେନ୍ଦ୍ରାପଡା, ୩୦ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ମହିଳା କ୍ଷୁଦ୍ର ଋଣ ସମବାୟ ସମିତିର ୨୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତଟ ରେଳପଥର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ତଥା ବିଶିଷ୍ଟ କବି ଓ ସ୍ତମ୍ଭକାର ନିରାକାର ଦାସ ଯୋଗଦାନ କରି ସଚ୍ଚୋଟ ଓ ନୀତିନିଷ୍ଠ ସେବା ଗରିବ ଓ ନିଃସହାୟ ମଣିଷଙ୍କ ପ୍ରତି ସହାନୁଭୂତି ଯେକୈାଣସି ସଂଗଠନକୁ ଉଚ୍ଚରୁ ଉଚ୍ଚତର ସୋପାନକୁ ନେଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ସମବାୟ ସମିତିର ସଭାପତି ତଥା ବରିଷ୍ଠ ଗାଳ୍ପିକା ଅବନ୍ତୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କେନ୍ଦ୍ରାପଡା ଶିକ୍ଷକ ମହାସଂଘର ସଂପାଦିକା ଶୈଳରାଣୀ ସାମଲ ଓ ହାଇଦ୍ରାବାଦର କାନାଡ଼ା ବ୍ୟାଙ୍କର ବରିଷ୍ଠ ଡିଭିଜିନାଲ ମ୍ୟାନେଜର ନୀଳାଦ୍ରୀ ଆଚାର୍ଯ୍ଯ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ବ୍ୟାଙ୍କରେ ସାଧାରଣ ଲୋକଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମିତିର କେନ୍ଦ୍ରାପଡା ମୁଖ୍ଯ ଶାଖା ପରିଚାଳକ ସଂଘମିତ୍ରା ରାଉତ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅନ୍ୟତମ ନିର୍ଦ୍ଦେଶିକା ମେନକା ଦଣ୍ଡିଆ ଓ ବନଲତା ସାହୁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଆୟୋଜିତ ବାର୍ଷିକ ଉତ୍ସବରେ କର୍ମଚାରୀ ଦେବେନ୍ଦ୍ର ନାୟକ, ହରେକୃଷ୍ଣ ସାହୁ ଓ ଶୁଭଲକ୍ଷ୍ମୀ ମହାରଣାଙ୍କୁ ପ୍ରଥମ, ହିମାଂଶୁ ନାୟକ, ସୁଶାନ୍ତ ନାୟକ ଓ ବାଦଶାହ ଖାଁଙ୍କୁ ଦ୍ବିତୀୟ, କଲ୍ଯାଣୀ ବେହେରା, ଦୀପ୍ତିମୟୀ ରାଉତ, ଶୁଭ୍ରାଂଶୁ ଶେଖର ରାଉତରାୟ, ନୃସିଂହ ଚରଣ ପରିଡା, ପ୍ରଶାନ୍ତ କୁମାର ଲେଙ୍କା ଓ ଶୋଭାରାଣୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। କଲ୍ଯାଣୀ ବେହେରା, ବନଲତା ସାହୁ ଓ ସତ୍ୟବତୀ ଜେନା ସମିତିର ନିର୍ଦ୍ଦେଶିକାଙ୍କ ସହ ଉପଦେଷ୍ଟା ସମାସେବୀ କୃଷ୍ଣ ଚନ୍ଦ୍ର ବଳ, ପତିତପାବନ ସାହୁ ଓ ପ୍ରଶାନ୍ତ କୁମାର ସାହୁଙ୍କ ସମ୍ବର୍ଦ୍ଧନା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande