
ଭଦ୍ରକ, ୩୦ ଡିସେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଦୋବଲ ସ୍ଥିତ ଏଏମବି ଇଂଲିଶ ମାଧ୍ୟମ ସ୍କୁଲର ୧୭ ତମ ବାର୍ଷିକୋତ୍ସବ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସେକ ଆଜାଦ ଅଲ୍ଲୀଙ୍କ ତାଙ୍କ ଅଭିଭାଷଣରେ ଶିକ୍ଷାର ଗୁଣବତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧ୍ୟକ୍ଷ ସେକ ଆଜାଦ ଅଲ୍ଲୀ ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସ୍କୁଲ ର ପରାମର୍ଶ ଦାତା ବିଶ୍ୱରଂଜନ ରାୟ ,ମନୋଜ ସିଂ ପ୍ରମୁଖ ଯୋଗଦେଇ ଶିକ୍ଷକ, ଶିକ୍ଷାୟତନ ଓ ଶିକ୍ଷା ସହ ଅଭିଭାବକ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଲେ ଶିକ୍ଷାର ପରିବର୍ତନ ହେବ। ଶିକ୍ଷକ, ଅଭିଭାବକ ଓ ବିଦ୍ୟାର୍ଥୀ ମାନଙ୍କ ମିଳିତ ସହଯୋଗ ରହିଲେ ଏକ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରୀ ଛାତ୍ର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ପୁରୁଣା ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ବିଜୟିନୀ ପୃଷ୍ଟି,ଲୋପାମୁଦ୍ରା ଦାସ,ପୁଷ୍ପାଞ୍ଜଳୀ ପୃଷ୍ଟି,ପ୍ରମିଳା ଦାସ,ସଂଗୀତା ତ୍ରିପାଠୀ,ଶୈଳବାଳା ସିଂ,ମହେନ୍ଦ୍ର ଜେନା,ହଳଧର ମିଶ୍ର,ଶାନ୍ତିଲତା ରାଉତ ଙ୍କୁ ସ୍କୁଲ ର ସଭାପତି ସେକ ମୁରାଦ ଅଲ୍ଲୀ ଓ ସମ୍ପାଦକ କେତାବୁନ ଖାତୁନ ସମ୍ବର୍ଦ୍ଧିତ କରିଥିଲେ। ପରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ସେକ ରହେମାନ ,ଜୀବନ ସାମଲ,ପୂର୍ଣ୍ଣିମା ବେହେରା,ମମତା ଖଟୁଆ,ପ୍ରଜ୍ଞା ଖଟୁଆ,ଇତିଶ୍ରୀ ସାମଲ,ସସ୍ମିତା ପଣ୍ଡା,ନେହା ଖାତୁନ,ମଧୁସୂଦନ ଧଳ, ନେନା ଖାତୁନ,ରଞ୍ଜିତ ପଣ୍ଡା,ଆଦିତ୍ୟ ସାହୁ,ପ୍ରିୟରଞ୍ଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ