ବରିଷ୍ଠ ନାଗରିକ କଲ୍ୟାଣ ମଂଚ ପକ୍ଷରୁ ଦାବିପତ୍ର ପ୍ରଦାନ
ଜୟପୁର, ୩୦ ଡିସେମ୍ବର (ହି.ସ.) - ସହରରେ ବିଜୁଳି ସମସ୍ୟା ଓ ଟ୍ରାଫିକ ସମସ୍ୟାକୁ ନେଇ ବରିଷ୍ଠ ନାଗରିକ କଲ୍ୟାଣ ମଂଚ ପକ୍ଷରୁ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଓ ଏସଡିପିଓଙ୍କୁ ମିଶି ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ମୀନକେତନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସମ
ବରିଷ୍ଠ ନାଗରିକ କଲ୍ୟାଣ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ


ଜୟପୁର, ୩୦ ଡିସେମ୍ବର (ହି.ସ.) - ସହରରେ ବିଜୁଳି ସମସ୍ୟା ଓ ଟ୍ରାଫିକ ସମସ୍ୟାକୁ ନେଇ ବରିଷ୍ଠ ନାଗରିକ କଲ୍ୟାଣ ମଂଚ ପକ୍ଷରୁ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଓ ଏସଡିପିଓଙ୍କୁ ମିଶି ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ମୀନକେତନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତା ମାନେ ଏକତ୍ରିତ ହୋଇ ଜୟପୁର ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ସହ ସହରରେ ଅଘୋଷିତ ବିଦ୍ୟୁତ କାଟ,ନୂତନ ମିଟର ଗୁଡିକ ବସାଇ ଲୋକଙ୍କ ଠାରୁ ବିଦ୍ୟୁତ ବିଭାଗ ଟଙ୍କା ଶୋଷଣ କରୁଥିବା ଯୋଗୁଁ ଏହାର ସମାଧାନ କରିବା ନେଇ ଆଲୋଚନା କରିଥିଲେ। ଏଥିସହ ଏସଡିପିଓ ପାର୍ଥ କଶ୍ୟପଙ୍କ ସହ ମିଶି ଜୟପୁର ସହରର ରାଜ୍ୟ ବାହାରର ଲୋକେ ଆସି ବ୍ୟବସାୟ କରୁଛନ୍ତି ଯାହାଫଳରେ ସହରରେ ଚୋରି ସଂଖ୍ୟା ବଢିବାରେ ଲାଗିଛି ତେଣୁ ବାହର ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ପରିଚୟ ପତ୍ର ରଖିବା ପାଇଁ ଦାବି କରାଯାଇଛି। ଏପରିକି ସହରର ଟ୍ରାଫିକ ସମସ୍ୟା ଦୁର କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande