ବିଜେପିରେ ଯୋଗଦେଲେ ରେଭେନ୍ସା ଓ ଖ୍ରୀଷ୍ଟ କଲେଜରର ୨ ଯୁବ ନେତା
ଭୁବନେଶ୍ୱର, ୩୦ ଡିସେମ୍ବର (ହି.ସ)- ଯୁବନେତା ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସମ୍ପାଦକ ଶ୍ରୀ ସୁବତ୍ର ଶତପଥୀ ନେତୃତ୍ୱରେ ବିଜୁ ଜନତା ଦଳ ଛାଡ଼ି ତାଙ୍କର ବହୁ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କଟକ ଖ୍ରାଷ୍ଟ ମହାବିଦ୍ୟାଳୟର ପୂର୍ବତନ ସମ୍ପାଦକ ଶ୍ରୀ ମୁକେଶ କୁମା
ଦଗହରପୂୁୂ


ଭୁବନେଶ୍ୱର, ୩୦ ଡିସେମ୍ବର (ହି.ସ)- ଯୁବନେତା ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସମ୍ପାଦକ ଶ୍ରୀ ସୁବତ୍ର ଶତପଥୀ ନେତୃତ୍ୱରେ ବିଜୁ ଜନତା ଦଳ ଛାଡ଼ି ତାଙ୍କର ବହୁ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି କଟକ ଖ୍ରାଷ୍ଟ ମହାବିଦ୍ୟାଳୟର ପୂର୍ବତନ ସମ୍ପାଦକ ଶ୍ରୀ ମୁକେଶ କୁମାର ମହାରଣା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ଧୀରଜ ପଟ୍ଟନାୟକ, ରାଜେଶ ଦାସ, ଅଜର ଅମର ମିଶ୍ର, ଲିଙ୍ଗରାଜ ନାୟକ, ମନୋଜ ଦାସ, ଦେବପ୍ରସାଦ ପଣ୍ଡା, ପିଂଟୁ ସାହୁ, ସ୍ୱାଧୀନ କର, ସୁନାମ ଦୀକ୍ଷିତ, ଉଦୟ ପ୍ରକାଶ ପୃଷ୍ଟି, ସାଗର ସାହୁ, ଗଣେଶ୍ୱର ସାମଲ, କୈଳାସ ଦାସ ପ୍ରମୁଖ ବିଜେପିରେ ଯୋଗଦେଇଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା , ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, କଟକ ଜିଲ୍ଲା ସଭାପତି ଶ୍ରୀ ସୁକାନ୍ତ ବିଶ୍ୱାଳ, କଟକ ଜିଲ୍ଲା ପ୍ରଭାରୀ ଇଂ.ଜ୍ଞାନଦେବ ବେଉରା, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ ଓ ସୁବତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନୂତନ କାର୍ଯ୍ୟକର୍ତାଙ୍କୁ ଦଳୀୟ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande