
ଜୟପୁର , 30 ଡିସେମ୍ବର (ହି.ସ.)କେନ୍ଦ୍ରପଡା ଜିଲ୍ଲା ସାହିତ୍ୟ ସ˚ସଦ ପକ୍ଷରୁ ଆୟୋଜିତ ୧୪ତମ ବାର୍ଷିକ ଉତ୍ସବରେ ଚନ୍ଦ୍ରମଣି ବାରିକଙ୍କୁ କେନ୍ଦ୍ରପଡା ଜିଲ୍ଲା ସାହିତ୍ୟ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ଏଥି ରଏ ଅନ୍ୟତନ ଅତିଥି ଭାବେ ଅନୁଷ୍ଠାନର ସଭାପତି କରୁଣାକର ଦାସ,ଉପସଭାପତି ଶ୍ରୀଧର ମହାନ୍ତି, ପୂର୍ବତନ ସା˚ସଦ ଡ.ପ୍ରଶନ୍ନ ପାଟ୍ଟଶାଣି ଓ କେନ୍ଦ୍ରପଡା ବିଧାୟକ ଗଣେଶ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ନିର୍ଝରଣୀ ସାହିତ୍ୟ କଳା ପରିଷଦ,କଣ୍ଟାବାଞ୍ଜି ବଲାଙ୍ଗିର ଶିଶୁ କିଶୋର ସାହିତ୍ୟ ଏକାଡେମି ମିଳିତ କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଘଏବ˚ ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଏବ˚ ସ˚ପାଦକ ବିରଞ୍ଚିନାରାୟଣ ଦାସ ଉପସ୍ଥିତ ରହି ଶ୍ରୀ ବାରିକଙ୍କୁ ଶଙ୍କର୍ଷଣ ସାହୁ ସ୍ମୃତି ସ˚ଗଠନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଦୁଇ ଅନୁଷ୍ଠାନରୁ ଶ୍ରୀବାରିକଙ୍କୁ ସମ୍ମାନୀତ କରାଯାଇଥିବାରୁ ବସୁମତୀ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜଣାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି