ତେଜରାଜ ସାହୁ ରାଜ୍ୟ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ
ବଲାଙ୍ଗିର, ୩୦ ଡିସେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଅଧିବେଶନ ମାଦ୍ରୀ କାଲୋ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରାଉରକେଲା ଠାରେ ୨୭ ରୁ ୨୯ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୫୦ତମ ରାଜ୍ୟ ଅଧିବେଶନରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ୧୪ ସାଂଗଠା
ତେଜରାଜ ସାହୁ ରାଜ୍ୟ ଏବିଭିପି ଓଡ଼ିଶା ପଶ୍ଚିମ ର କାର୍ଯ୍ୟକାରିଣୀ ସଦସ୍ୟ


ବଲାଙ୍ଗିର, ୩୦ ଡିସେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଅଧିବେଶନ ମାଦ୍ରୀ କାଲୋ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରାଉରକେଲା ଠାରେ ୨୭ ରୁ ୨୯ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୫୦ତମ ରାଜ୍ୟ ଅଧିବେଶନରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ୧୪ ସାଂଗଠାନିକ ଜିଲ୍ଲାରୁ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ ଓ ଚଳିତ ବର୍ଷ ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ

ନୂତନ ଦାୟିତ୍ଵ ପ୍ରଦାନ କରାଯାଇଛି। ବଲାଙ୍ଗିର ଜିଲ୍ଲାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ ନଗର ସମ୍ପାଦକ ତେଜରାଜ ସାହୁଙ୍କୁ ଚଳିତ ବର୍ଷ ନିମନ୍ତେ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ୱ ପ୍ରଦାନ କରାଯାଇଛି। ବଲାଙ୍ଗିର ଜିଲ୍ଲାର ୨୫ ଜଣ ଛାତ୍ରଛାତ୍ରୀ ଏବିଭିପି ବଲାଙ୍ଗିର ଜିଲ୍ଲାର କାର୍ଯ୍ୟକର୍ତ୍ତା ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ତେଜରାଜ କହିଛନ୍ତି ଯେ, ଆମ ବଲାଙ୍ଗିରରେ କୃଷି ବିଶ୍ବିଦ୍ୟାଳୟ କରାଯାଉ, ବନ୍ଦ ପଡ଼ିଥିବା ସମସ୍ତ ଚିନିକଳ ଓ ସୂତାକଳ ବହୁତ୍ ଜଲଦି ଆରମ୍ଭ କରନ୍ତୁ, ନାରୀ ସୁରକ୍ଷା ପାଇଁ କଲେଜରେ ସ୍ବତନ୍ତ୍ର ନାରୀ ସୁରକ୍ଷା ଆଇନ ଲାଗୁ କରନ୍ତୁ ରାଜ୍ୟ ସରକାର।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande