ଗୋନାସିକା ମହୋତ୍ସବର ଚତୁର୍ଥ ସନ୍ଧ୍ୟା : କଳା, ସଂସ୍କୃତି ଓ ସଙ୍ଗୀତର ଅପୂର୍ବ ମୂର୍ଚ୍ଛନା
କେନ୍ଦୁଝର, ୩୦ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ସାଂସ୍କୃତିକ ଗଣପର୍ବ ‘କେନ୍ଦୁଝର ଗୋନାସିକା ମହୋତ୍ସବ-୨୦୨୫’ ଧୁମଧାମର ସହ ଆଗେଇ ଚାଲିଛି। ଗତକାଲି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମଠାରେ କଳା, ସଂସ୍କୃତି ଏବଂ ଆଧୁନିକ ସଙ୍ଗୀତର ଏକ ଅପୂର୍ବ ସଙ୍ଗମ ଦେଖି
Gonasika mahotsav forth day celebration


କେନ୍ଦୁଝର, ୩୦ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ସାଂସ୍କୃତିକ ଗଣପର୍ବ ‘କେନ୍ଦୁଝର ଗୋନାସିକା ମହୋତ୍ସବ-୨୦୨୫’ ଧୁମଧାମର ସହ ଆଗେଇ ଚାଲିଛି। ଗତକାଲି ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମଠାରେ କଳା, ସଂସ୍କୃତି ଏବଂ ଆଧୁନିକ ସଙ୍ଗୀତର ଏକ ଅପୂର୍ବ ସଙ୍ଗମ ଦେଖିବାକୁ ମିଳିଥିଲା। ଲୋକ କଳାଠାରୁ ଆରମ୍ଭ କରି ଶାସ୍ତ୍ରୀୟ ନୃତ୍ୟ ଏବଂ ବଲିଉଡର ଧମାକା ପର୍ଯ୍ୟନ୍ତ ସବୁକିଛି ଦର୍ଶକଙ୍କୁ ବିମୋହିତ କରିଥିଲା।

କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଆକର୍ଷଣ ଥିଲା ‘ବଲିଉଡ୍ ନାଇଟ୍’। ପ୍ରସିଦ୍ଧ ହିନ୍ଦୀ କଣ୍ଠଶିଳ୍ପୀ ତଥା ଇଣ୍ଡିଆନ୍ ଆଇଡଲ୍ ଫେମ ସଲମାନ୍ ଅଲ୍ଲୀ ଏବଂ ଲୋକପ୍ରିୟ ଗାୟିକା ଶ୍ରେୟାଂଶି ମଞ୍ଚକୁ ଆସିବା ମାତ୍ରେ ସମଗ୍ର ପଡ଼ିଆ ଦର୍ଶକଙ୍କ ହର୍ଷୋଲ୍ଲାସରେ ପ୍ରକମ୍ପିତ ହୋଇଥିଲା। ସେମାନଙ୍କ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତରେ ଯୁବପିଢ଼ି ନାଚିବା ସହ ସଙ୍ଗୀତର ଭରପୂର ମଜା ନେଇଥିଲେ। ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ସାଂସ୍କୃତିକ ମହାକୁମ୍ଭରେ ଜିଲ୍ଲା ଏବଂ ରାଜ୍ୟ ବାହାରୁ ଆସିଥିବା ଅନେକ ନାମୀଦାମୀ ଅନୁଷ୍ଠାନ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ନିକି ଡ୍ୟାନ୍ସ ଗ୍ରୁପ୍, ପ୍ରଗତି କ୍ଲବ, କଳିଙ୍ଗ କଲ୍‌ଚରାଲ୍ ଏକାଡେମୀ, ଜେନିଥ୍ ଡ୍ୟାନ୍ସ ଏକାଡେମୀ, ଅନନ୍ୟା ଡ୍ୟାନ୍ସ ଏକାଡେମୀ, ସୁର ନିକେତନ ଏବଂ କେନ୍ଦୁଝରର ସ୍ପିରିଜା ଏକାଡେମୀର କଳାକାରମାନେ ସେମାନଙ୍କ ଚିତ୍ତାକର୍ଷକ ସାମୂହିକ ନୃତ୍ୟ ପରିବେଷଣ କରିଥିଲେ।

ହରିଶ ଚନ୍ଦ୍ର ଓରାମଙ୍କ ନିପୁଣ ନିର୍ଦ୍ଦେଶନାରେ ପରିବେଷିତ ‘ପପେଟ୍ ଡ୍ୟାନ୍ସ’ (କଣ୍ଢେଇ ନାଚ) ଛୋଟ ପିଲାଙ୍କୁ ଆକୃଷ୍ଟ କରିଥିବା ବେଳେ ବାସୁଦେବପୁରର କଳାକାରମାନଙ୍କ ଦ୍ୱାରା ପରିବେଷିତ ‘ଝୁମର ନୃତ୍ୟ’ ମାଟିର ବାସ୍ନା ପ୍ରସାରିତ କରିଥିଲା। ଭୁବନେଶ୍ୱରର ‘ଅନନ୍ୟା କଳା ଦର୍ପଣ’ ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ରୂପ ଏବଂ ‘ଶିଳ୍ପିକା’ ଅନୁଷ୍ଠାନ ପକ୍ଷରୁ ‘ମିକ୍ସ ଫ୍ୟୁଜନ୍’ ନୃତ୍ୟ ବେଶ୍ ଉଚ୍ଚକୋଟୀର ହୋଇଥିଲା। ଏଥିସହ କରଞ୍ଜିଆର ଚାରୁସ୍ ଏକାଡେମୀ ଏବଂ କଲିକତାରୁ ଆସିଥିବା ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଭାରତ ନାଟ୍ୟମ୍ ଦର୍ଶକଙ୍କ ମନ ମୋହିଥିଲା।

ଜିଲ୍ଲାର ଉନ୍ନତି ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଆଜି ମହୋତ୍ସବ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧିତ ଅତିଥିମାନେ ହେଲେ, ସୁଶ୍ରୀ ଛଇଳବାଳା ନାୟକ, ଜିଲ୍ଲା ପରିଷଦ ସଭ୍ୟା, ଜୋନ୍-୧୯ ତେଲକୋଇ, କେଦାର ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ, ଜୋନ୍-୨୦ ତେଲକୋଇ, ଶ୍ରୀମତୀ ସୌଭାଗ୍ୟ ମଞ୍ଜରୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା, ଜୋନ୍‌-୨୨ ପାଟଣା, ଶ୍ରୀମତୀ ରୁନୁ ମହାନ୍ତ, ଜିଲ୍ଲା ପରିଷଦ ସଭ୍ୟା, ଜୋନ୍‌-୨୩ ପାଟଣା, ଶ୍ରୀମତୀ ଶାନ୍ତିଲତା ରଣା, ଜିଲ୍ଲା ପରିଷଦ ସଭ୍ୟା, ଜୋନ୍‌-୨୪ ବାଂଶପାଳ, ଅରୁଣ କୁମାର ବାରିକ, ଜିଲ୍ଲା ପରିଷଦ ସଭ୍ୟ, ଜୋନ୍‌-୨୫ ବାଂଶପାଳ, ଶଶିକାନ୍ତ ଖିଲାର, ଜିଲ୍ଲା ପରିଷଦ ସଭ୍ୟ, ଜୋନ୍-୨୬ ଯୋଡ଼ା, ସୁକୁମାରୀ ଦେହୁରୀ, ଜିଲ୍ଲା ପରିଷଦ ସଭ୍ୟା, ଜୋନ୍-୨୭ ଯୋଡ଼ା, ବୁଦ୍ଧଦେବ ମହାକୁଡ଼, ଜିଲ୍ଲା ପରିଷଦ ସଭ୍ୟ, ଜୋନ୍-୨୯ ସାହାରପଡ଼ା, ଲକ୍ଷ୍ମୀଧର କିଶାନ, ଜିଲ୍ଲା ପରିଷଦ ସଭ୍ୟ, ଜୋନ୍-୩୨ ହରିଚନ୍ଦନପୁର, ଶ୍ରୀମତୀ କୌଶଲ୍ୟା ସେଠୀ, ଜିଲ୍ଲା ପରିଷଦ ସଭ୍ୟା, ଜୋନ୍-୩୬ ହାଟଡ଼ିହି।

ଉତ୍ସବରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ାକଡ଼ି ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande