ଶ୍ରୀ ଶ୍ରୀ ହଟକେଶ୍ଵର ମକର ମହୋତ୍ସବ ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା, ୩୦ ଡିସେମ୍ବର (ହି.ସ.)- ବେଗୁନିଆ ବ୍ଲକ ଅନ୍ତର୍ଗତ ହଟକେଶ୍ୱର ପ୍ରାଙ୍ଗଣ ସଭା ଗୃହରେ ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଶ୍ରୀ ଶ୍ରୀ ହଟକେଶ୍ଵର ମକର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର
ମକର


ଖୋର୍ଦ୍ଧା, ୩୦ ଡିସେମ୍ବର (ହି.ସ.)- ବେଗୁନିଆ ବ୍ଲକ ଅନ୍ତର୍ଗତ ହଟକେଶ୍ୱର ପ୍ରାଙ୍ଗଣ ସଭା ଗୃହରେ ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଶ୍ରୀ ଶ୍ରୀ ହଟକେଶ୍ଵର ମକର ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଉପଜିଲ୍ଲାପାଳ, ଖୋର୍ଦ୍ଧା କିଶୋର କୁମାର ପଣ୍ଡା, ତହସିଲଦାର, ବେଗୁନିଆ,ଏସ ଡି ପି ଓ, ଖୋର୍ଦ୍ଧା, ଆଇ ଆଇ ସି, ବେଗୁନିଆ, ଏସ ଡି ଓ, ପୂର୍ତ୍ତ, ଏସ ଡି ଓ, ଇଲେକ୍ଟ୍ରିକାଲ,ସି ଡି ପି ଓ, ବେଗୁନିଆ, ବ୍ଲକ୍ ଶିକ୍ଷା ଅଧିକାରୀ, ବେଗୁନିଆ ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଏବଂ ଲାଇନ ଡିପାର୍ଟ ମେଣ୍ଟ ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ l

ପ୍ରାରମ୍ଭରେ ସ୍ୱାଗତ ଭାଷଣ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ପ୍ରଦାନ କରିଥିବା ବେଳେ ସିଆରସିସି ସୁଧାକର ସେଠୀ ହଟକେଶ୍ୱର ମକର ମହୋତ୍ସବ ସମ୍ବନ୍ଧରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ l ଅଧ୍ୟକ୍ଷ ବିଧାୟକ, ବେଗୁନିଆ ଶ୍ରୀ ସାହୁ ମହୋତ୍ସବ ସ୍ଥଳ ଚର୍ତୁପାର୍ଶ୍ଵ ରାସ୍ତା ଘାଟ ମରାମତି, ସ୍ୱଛତା ଓ ପରିମଳ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ପାନୀୟ ଜଳ ଯୋଗାଣ, ଅଗ୍ନିଶମ ସେବା ଆଦି ଗୁରୁତ୍ଵପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ସମୀକ୍ଷା କରି ହଟକେଶ୍ୱର ମକର ମହୋତ୍ସବରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ମହୋତ୍ସବ ସ୍ଥଳରେ ରହି ସେମାନଙ୍କୁ ନ୍ୟସ୍ତ ସେବାଗୁଡିକୁ ଯୋଗାଇବା ଦିଗରେ ଗୁରୁତ୍ୱାରୋପ କରିଥିଲେ l ମହୋତ୍ସବକୁ ସ୍ମରଣୀୟ କରିବା ନିମନ୍ତେ ବ୍ଲକ୍ ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଐତିହ୍ୟ ଓ ସଂସ୍କୃତିମୂଳକ ପ୍ରତିଯୋଗିତା କରାଇବେ l ସେହିପରି ପାନୀୟ ଜଳ ଟ୍ୟାଙ୍କର, ରାସ୍ତାରେ ପାଣି ସିଞ୍ଚନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟ ସମ୍ପାଦନ କରିବେ l ବିଭିନ୍ନ ପ୍ରତିଭାକୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ଦାୟିତ୍ବ ନିର୍ବାହ କରିବେ l ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ହଟକେଶ୍ୱର ମକର ମହୋତ୍ସବ ଶୁଭ ଖୁଣ୍ଟି ସ୍ଥାପନ ନିମନ୍ତେ ଶୁଭ ଦିନ, ଶୁଭ ସମୟ ପାଞ୍ଜି ଦେଖି ଅନୁଷ୍ଠିତ ହେବ l ରାସ୍ତାଘାଟ ବିଜୁଳି ଆଲୋକିକରଣ ଏସଡିଓ, ଇଲେକ୍ଟ୍ରିକାଲ କାର୍ଯ୍ୟ ସମ୍ପାଦନ କରିବେ l

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବାର ପଲ୍ଲୀର ସଭାପତି ଓ ସଭ୍ୟଗଣ, ମହୋତ୍ସବ କମିଟି କର୍ମକର୍ତ୍ତା ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଦିଲ୍ଲୀପ କୁମାର ମହାପାତ୍ର, ବାଘମାରି ସରପଞ୍ଚ ପ୍ରଶାନ୍ତ କୁମାର ବେହେରା ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ବେଗୁନିଆ ସଦର ମହକୁମା ବରିଷ୍ଠ ନାଗରିକ, ହଟକେଶ୍ୱର ମନ୍ଦିର କର୍ମକର୍ତ୍ତା ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ପ୍ରଭୁ ହଟକେଶ୍ୱରଙ୍କ ପବିତ୍ର ମକର ମହୋତ୍ସବ ଶାନ୍ତି ଶୃଙ୍ଖଳା ଭାଇଚାରା ସହକାରେ ସମ୍ପନ୍ନ କରିବାକୁ ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ l

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande