
ନୂଆପଡ଼ା,୩୦ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବାଦୀ ଗ୍ରାମ ପଞ୍ଚାୟତ ସ୍ଥିତ ରାଜୀବ ଗାନ୍ଧୀ ଉଦ୍ୟାନ ପରିସର ମଧ୍ୟରେ ନୂଆପଡା ଜିଲ୍ଲାର କୋଶଳୀ କବି ଓ କବୟିତ୍ରୀ ମାନଙ୍କ ପକ୍ଷରୁ ୨୦୨୫ ବର୍ଷକୁ ବିଦାୟ ଓ ୨୦୨୬ ନୂତନ ବର୍ଷକୁ ସ୍ୱାଗତ ନିମନ୍ତେ ଏକ କୋଶଲୀ କବିତା ଆସର କବି କୁନାଲ ଚରଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ପ୍ରେସକ୍ଳବ ସଭାପତି ପରମେଶ୍ବର ବାରିକ ଯୋଗଦେଇ ୨୦୨୫ ବର୍ଷର ବିଭିନ୍ନ ଘଟଣାବଳୀ ଉପରେ ଆଲୋକପାତ କରି ନବ ବର୍ଷରେ ସମଗ୍ର ବିଶ୍ଵରେ ଶାନ୍ତି ସ୍ଥାପନ ହେଉ ବୋଲି କାମନା କରିଥିଲେ ଓ ଏଥିପାଇଁ କବି ଲେଖକଙ୍କ ଭୂମିକା ମହତ୍ୱପୂର୍ଣ୍ଣ ରହିବ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବରେ ସାମ୍ବାଦିକ ହେମନ୍ତ କୁମାର ବେହେରା ଓ ବାପିନା ସାହୁ ଯୋଗଦାନ କରିଥିଲେ। ବରିଷ୍ଠ କୋଶଲୀ କବୟିତ୍ରୀ ମାନିନୀ ମେହେର, ପ୍ରଭାସିନୀ ଯୋଶୀ, ଦୀପିକା ହୋତା, କୁନାଲ ଚରଣ ବେହେରା ଓ ଶାମ୍ବ ସରାଫ ସ୍ଵରଚିତ କୋଶଲୀ କବିତା ପଠନ କରିଥିଲେ। ଶେଷରେ ସାମ୍ବାଦିକ ହେମନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ