
କେନ୍ଦ୍ରାପଡ଼ା, ୩୦ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ମହାବିଦ୍ୟାଳୟର୧୯୯୩ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କ ପଞ୍ଚମ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୧୯୮୮ରୁ ୧୯୯୩ ମଧ୍ୟରେ ଅଧ୍ୟୟନରତ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ୧୨୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ କଲେଜ ଜୀବନର ସେହି ପୁରୁଣା ଅତୀତର ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଭାପତି ସୁରେନ୍ଦ୍ର ନାଥ ଜେନା ଓ ସମ୍ପାଦକ ଦାମୋଦର ପଣ୍ଡା ପରିଚାଳନା କରିଥିଲେ । ପ୍ରଥମେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପରେ ଦିବଗଂତ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବନ୍ଧୁ ତାପସ ଦାସ, କଳ୍ପନା ଦାସ, ସୁଜିତ କୁମାର ଦାସ, ନିରାକାର ମଲ୍ଲ ଓ ସନ୍ଧ୍ୟାରାଣୀ ମହାନ୍ତିଙ୍କ ଦ୍ୱାରା ନାରୀଙ୍କୁ ସମ୍ମାନ ପ୍ରସଙ୍ଗରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଯୋଗଦେଇ ବନ୍ଧୁମାନେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଚିନ୍ମୟ କୁମାର ଦାସ, ଅଭୟ ମହାରାଜ ଓ ଡାକ୍ତର ସୁବାସ ଚନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ