କୁଦୋପାଲି ସଂଗ୍ରାମ ସମିତି ସଭାପତିଙ୍କ ପିତୃ ବିୟୋଗ
ସମ୍ବଲପୁର, ୩୦, ଡିସେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲାର ଚର୍ଚ୍ଚିତ କୁଦୋପାଲି ସଂଗ୍ରାମ ସମିତିର ସଭାପତି ପ୍ରଫୁଲ୍ଲ ଭୋଇଙ୍କ ବାପା ୬୮ ବର୍ଷିୟ ଆନନ୍ଦ ଭୋଇଙ୍କର ମଙ୍ଗଳବାର ଭୋର ୫ଟା ୪୫ ରେ ପରଲୋକ ହେଇଯାଇଛି। ସେ ପେଶାରେ ଯଦିଓ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ, ତେବେ ସାମାଜିକ ଜୀବନରେ ସେ ବେଶ୍ ସ
କୁଦୋପାଲି ସଂଗ୍ରାମ ସମିତି ସଭାପତିଙ୍କ ପିତୃ ବିୟୋଗ


ସମ୍ବଲପୁର, ୩୦, ଡିସେମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲାର ଚର୍ଚ୍ଚିତ କୁଦୋପାଲି ସଂଗ୍ରାମ ସମିତିର ସଭାପତି ପ୍ରଫୁଲ୍ଲ ଭୋଇଙ୍କ ବାପା ୬୮ ବର୍ଷିୟ ଆନନ୍ଦ ଭୋଇଙ୍କର ମଙ୍ଗଳବାର ଭୋର ୫ଟା ୪୫ ରେ ପରଲୋକ ହେଇଯାଇଛି। ସେ ପେଶାରେ ଯଦିଓ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ, ତେବେ ସାମାଜିକ ଜୀବନରେ ସେ ବେଶ୍ ସକ୍ରିୟ ରହିଥିଲେ । କୁଦୋପାଲିରେ ବୀର ସୁରେନ୍ଦ୍ର ସାଏ ପ୍ରାଥମିକ ବିଦ୍ୟାଳୟ ର୍ନିମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ୨୦୨୪ରେ ବୀର ଛବିଲ ସାଏଙ୍କର ପ୍ରତିମୂର୍ତୀ ସ୍ଥାପନ ମଧ୍ୟ ସେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ । ତାଙ୍କର ଏକମାତ୍ର ପୁଅ ପ୍ରଫୁଲ୍ଲ ଭୋଇ ଏବେ କୁଦୋପାଲି ସଂଗ୍ରାମ ସମିତିର ବର୍ତମାନ ସଭାପତି ରହିଛନ୍ତି । କୁଦୋପାଲିରେ ୫୭ ଜଣ ସହୀଦ ହୋଇଥିବା ଘଟଣାକୁ ଲୋକ ଲୋକଚନକୁ ଆଣିବାରେ ସକ୍ରୀୟ ଭୁମିକା ଗ୍ରହଣ କରି ଆସୁଛନ୍ତି । ଆଜି ବଲିଦାନ ଦିବସ ଉପଲକ୍ଷେ ମଶାଳ ଶୋଭାଯାତ୍ରାକୁ ବାହାରିବା ସମୟରେ ପିତାଙ୍କର ପରଲୋକ ହୋଇଯାଇଥିଲା । ମାଲତୀ ଯୋର ସ୍ଥିତ ରାଜଘାଟ ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ପରଲୋକ ଅନ୍ତେ ତାଙ୍କର ସହଧର୍ମିଣୀ ଲକ୍ଷ୍ମୀ, ଦୁଇ ଝିଅ ମମତା ବନିତା ଆର ନାତି ନାତୁଣୀ ରହିଛନ୍ତି । ତାଙ୍କର ଅନ୍ତିମ ଯାତ୍ରା ରେ କୁଦୋପାଲି ଗ୍ରାମବାସୀ, କୁଦୋପାଲି ସଂଗ୍ରାମ ସମିତିର ସଦସ୍ୟ ଓ ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇ ପ୍ରମୁଖ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande