ଲୋକ ମହୋତ୍ସବ ପ୍ରଦର୍ଶନୀ ଉପସମିତି ପକ୍ଷରୁ ଚିତ୍ରକଳା କର୍ମଶାଳା
ସମ୍ବଲପୁର, ୩୦, ଡିସେମ୍ବର (ହି.ସ.) ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ ସ୍ଥିତ ଇଣ୍ଡୋର ହଲ୍ ଠାରେ ସମ୍ବଲପୁର ଲୋକ ମହୋତ୍ସବର ପ୍ରଦର୍ଶନୀ ଉପସମିତି ପକ୍ଷରୁ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଆବାହକ କୁଲଦୀପ ବର୍ମା, ସହ ଆବାହକ ରୋଚିଶ ଦେ ଓ ଶ୍ରୀମନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ଆ
ଲୋକ ମହୋତ୍ସବ ପ୍ରଦର୍ଶନୀ ଉପସମିତି ପକ୍ଷରୁ ଚିତ୍ରକଳା କର୍ମଶାଳା


ଲୋକ ମହୋତ୍ସବ ପ୍ରଦର୍ଶନୀ ଉପସମିତି ପକ୍ଷରୁ ଚିତ୍ରକଳା କର୍ମଶାଳା


ଲୋକ ମହୋତ୍ସବ ପ୍ରଦର୍ଶନୀ ଉପସମିତି ପକ୍ଷରୁ ଚିତ୍ରକଳା କର୍ମଶାଳା


ସମ୍ବଲପୁର, ୩୦, ଡିସେମ୍ବର (ହି.ସ.) ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ ସ୍ଥିତ ଇଣ୍ଡୋର ହଲ୍ ଠାରେ ସମ୍ବଲପୁର ଲୋକ ମହୋତ୍ସବର ପ୍ରଦର୍ଶନୀ ଉପସମିତି ପକ୍ଷରୁ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଆବାହକ କୁଲଦୀପ ବର୍ମା, ସହ ଆବାହକ ରୋଚିଶ ଦେ ଓ ଶ୍ରୀମନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କର୍ମଶାଳାକୁ ଉପଦେଷ୍ଟା ସମିତି ସଦସ୍ୟ ପ୍ରଫୁଲ୍ଲ ହୋତା ଏବଂ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ହରି ଓମ ଭୋଇ ,ସଞ୍ଜୟ ସାହୁ ଉଦଘାଟନ କରିଥିଲେ l ଏହି କର୍ମଶାଳାରେ ୪୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଶିଶୁ ଚିତ୍ରଶିଳ୍ପୀ ମାନେ ପେନସିଲ, ୱାଟର କଲର, ଆକ୍ରେଲିକ, ପେଷ୍ଟ୍ରାଲ ପ୍ରଭୃତିରେ ପଶ୍ଚିମ ଓଡିଶାର ଲୋକ କଳା ଓ ଲୋକ ସଂସ୍କୃତି ଉପରେ ଆଧାରିତ ଚିତ୍ର ଆଙ୍କିଥିଲେ । ପ୍ରତି ଗ୍ରୁପର ଭଲ ୫୦ଟି ଚିତ୍ରକୁ ମହୋତ୍ସବର ପ୍ରଦର୍ଶନୀ ମେଳାରେ ସ୍ଥାନିତ କରାଯିବ । ଏହି କର୍ମଶାଳାରେ ଲୋକନାଥ ପୂଜାରୀ, ରଶ୍ମି ମିଶ୍ର, ରୋହନ କୁମାର ଭୋଇ, ନମିତା ବଡ଼ପଣ୍ଡା, ସୁବ୍ରତ ବେହେରା, ଆକାଂକ୍ଷା ପୁଜାରୀ,ମୋନାଲିସା ଭଗତ୍ ,ରାଜେଶ ବଢ଼େଇ ,ନିତୁ ଶର୍ମା ,ପ୍ରଜ୍ଞା ପରିମିତା ପୁଜାରୀ ,ପବିତ୍ର ବେରିହା, କମଲିନି ମହାଲିଂ,ଜିତେନ୍ଦ୍ରିୟ ବେହେରା, ଲୋକନାଥ ସାହାଣୀ ସହିତ ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l ଏମାନଙ୍କ ସହ ଆଲୋଚନାଚକ୍ର ଉପ ସମିତିର ଆବାହକ ପ୍ରଦୀପ ପଣ୍ଡା, ସମ୍ବର୍ଦ୍ଧନା ଉପସମିତିର ଆବାହକ ଅତିଶ ଶତପଥି, ପ୍ରଚାର ପ୍ରସାର ଉପସମିତିର ସହ ଆବାହକ ସଚେତ ଶର୍ମା, ଡକ୍ୟୁମେନ୍ଟଶନ ଉପ ସମିତିର ବିଶ୍ୱନାଥ ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande