ବ୍ରାହ୍ମଣ ମହାସଭା ବଲାଙ୍ଗିରର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ
ବଲାଙ୍ଗିର, 30 ଡିସେମ୍ବର (ହି.ସ.) ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂପାଦକଙ୍କ ଦ୍ୱାରା ପୂର୍ବ ବୈଠକର ବିବରଣୀ ପଠନ ଏବଂ ଦୃଢିକରଣ କରାଗଲା । ପରେ ରୋଗରେ ପୀଡିତ ରବିନ୍ଦ୍ର ମି
ବ୍ରାହ୍ମଣ ମହାସଭା ବଲାଙ୍ଗିରର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ


ବଲାଙ୍ଗିର, 30 ଡିସେମ୍ବର (ହି.ସ.) ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂପାଦକଙ୍କ ଦ୍ୱାରା ପୂର୍ବ ବୈଠକର ବିବରଣୀ ପଠନ ଏବଂ ଦୃଢିକରଣ କରାଗଲା । ପରେ ରୋଗରେ ପୀଡିତ ରବିନ୍ଦ୍ର ମିଶ୍ରଙ୍କର ଆଶୁ ଆରୋଗ୍ୟ କାମନା କରି ବ୍ରାହ୍ମଣ ସମାଜ ଭଗବାନ ନୃସିଂହଙ୍କ ସମକ୍ଷରେ ସମବେତ ପ୍ରାର୍ଥନା କରିଥିଲେ । ଆଜିର ଆଲୋଚ୍ୟ ବିଷୟବସ୍ତୁରେ ପୂର୍ବତନ ସଂପାଦକ ଜୟରାମ ମିଶ୍ରଙ୍କ ଠାରୁ ଆଜି ପର୍ଯ୍ୟନ୍ତ ଚାର୍ଜ ଆସିନଥିବା କଥା ଆଲୋଚନା ହୋଇଥିଲା । ତତ୍‌ ସଙ୍ଗେ ବିଭିନ୍ନ ସାଂଗଠନିକ ଆଲୋଚନା ସହିତ ଆଗାମୀ ୨୭.୦୩.୨୦୨୬ ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ ତିଥି ସର୍ବସମ୍ମତ ଲଗ୍ନରେ ବ୍ରାହ୍ମଣ ସନ୍ତାନମାନଙ୍କର ନିଶୁଳ୍କ ବ୍ରତୋପନୟନ କରାଯିବାର ସିଦ୍ଧାନ୍ତ ଗୃହୀତ ହେଲା । ତା ପୂର୍ବଦିନ ୨୬.୦୩.୨୦୨୬ରେ ଚାରିକର୍ମ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତୀୟ ଆବେଦନ ଫର୍ମ ସଂପାଦକଙ୍କ ଠାରୁ ସଂଗ୍ରହ କରିନେବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଗଲା । ସଦସ୍ୟବୃନ୍ଦ ନିଜ ନିଜ ଅଂଚଳର ଯୋଗ୍ୟ ବ୍ରାହ୍ମଣ ସନ୍ତାନଙ୍କର ତାଲିକା ସଂଗ୍ରହ କରି ସଂପାଦକ, ସଭାପତିଙ୍କ ନିକଟକୁ ତା.୧୪.୦୨.୨୦୨୬ ସୁଦ୍ଧା ଜଣାଇବା ପାଇଁ ଅନୁରୋଧ କରାଗଲା । ଏହା ସହିତ ଆଗାମୀ ତା.୨୫.୦୧.୨୦୨୬ ମାଘ ଚିଳ ସପ୍ତମୀ ଦିନ ଶ୍ରୀମଦ୍‌ ଭାଗବତ ମହାପୁରାଣ ଅନନ୍ତମୁଖି ପରାୟଣ ଶ୍ରୀ ନୃସିଂହ ମନ୍ଦିର ବଲାଙ୍ଗିର ଠାରେ ଅନୁଷ୍ଠିତ କରିବା ପାଇଁ ଗୃହୀତ ହେଲା । ଶେଷରେ ସଂପାଦକ ଶ୍ୟାମ ସୁନ୍ଦର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande