ମାଲକାନଗିରି ଜିଲ୍ଲା ଭାଜପା କମିଟି ଘୋଷିତ
ମାଲକାନଗିରି, ୩୦ ଡିସେମ୍ବର (ହି.ସ.)- ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ବହୁ ପ୍ରତୀକ୍ଷିତ ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି (ଭାଜପା) କମିଟି ଘୋଷଣା ହୋଇଛି। ଏ ନେଇ ମାଲକାନଗିରି ଜିଲ୍ଲା ସଭାପତି ଅଶୋକ କୁମାର ପରିଡା ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ସଭାପ
ମାଲକାନଗିରି ଜିଲ୍ଲା ଭାଜପା କମିଟି ଘୋଷିତ


ମାଲକାନଗିରି, ୩୦ ଡିସେମ୍ବର (ହି.ସ.)- ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ବହୁ ପ୍ରତୀକ୍ଷିତ ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି (ଭାଜପା) କମିଟି ଘୋଷଣା ହୋଇଛି। ଏ ନେଇ ମାଲକାନଗିରି ଜିଲ୍ଲା ସଭାପତି ଅଶୋକ କୁମାର ପରିଡା ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। ସଭାପତି ଭାବେ ଅଶୋକ କୁମାର ପରିଡା ପୂର୍ବରୁ ଘୋଷିତ ହୋଇଥିବା ବେଳେ ଆଜି ଉପସଭାପତି ଭାବେ ସମୀର କୁମାର ମିସ୍ତ୍ରୀ, ଭବାନୀ ମୁଖାର୍ଜୀ, ଅଶୋକ କୁମାର ଚାରକି, ସୁଲତା ମଣ୍ଡଳ, ସାବିତ୍ରୀ ପଡ଼ିଆମି, ପ୍ରମିଳା ଦାସ ଓ ଗଙ୍ଗା ସୋଡି, ଡମ୍ବରୁ ସୀସା, ସାଧାରଣ ସମ୍ପାଦକ ଭାବେ ମାଣିକ ଲାଲ ଚକ୍ରବର୍ତୀ ଓ ନବଘନ ଲୋକେଇ (ମାଲକାନଗିରି ନଗର ) ଅଶୋକ କୁମାର ବିଶ୍ୱାଳ (ବାଲିମେଳା ନଗର ) ସମ୍ପାଦକ ଭାବେ ନାରାୟଣ ସରକାର (ମା ଲାଭରମ ) ନିହାର ରାୟ , (ପଡିଆ ) ଘନ ନାୟକ ଓ ଆର ସତ୍ୟନାରୟଣ ରାଓ (ମାଥିଲି) ମୁନି ମାଡକାମୀ (କୀଆଙ୍ଗ ) ଦେବି ମାଡି (ଶିଖପାଲ୍ଲି ) ସବିତା ମିଶ୍ର (ମାଲକାନଗିରି ନଗର ) ଇ ଭେଙ୍କଟ ରାଓ (କାଲିମେଳା) କୋଷାଧକ୍ଷ ଭାବେ ସଂଜୟ ସରକାର ରହିଛନ୍ତି ।ସେହିଭଳି ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର, ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ଓ କାର୍ଯ୍ୟ।ଳୟ ସମ୍ପାଦକ ଭାବେ କୁନା ରାମ ବେସରାଙ୍କ ନାମ ଘୋଷଣା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande