
ପୁରୀ, ୩୦ ଡିସେମ୍ବର (ହି.ସ.)- ଶାମ୍ବଦଶମୀ ଅବସରରେ ଆଜି ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ କରାଯାଇଛି । ବିଗତ ବର୍ଷଗୁଡ଼ିକ ଭଳି ଚଳିତବର୍ଷ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ୱ ହିନ୍ଦୁ ପରିଷଦର ମିଳିତ ଆନୁକୁଲ୍ୟରେ ତ୍ରିଦିବସୀୟ ବିଶ୍ୱ କଲ୍ୟାଣ ସୌର ମହାଯଜ୍ଞ ପାଇଁ ଘଟ ସ୍ଥାପନ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ତଥା କୋଣାର୍କ ଏନଏସି କାଉନସିଲର ସୌମ୍ୟସୌରଭ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବିଶ୍ୱକୁ ରୋଗମୁକ୍ତ ଓ ବିଶ୍ୱର କଲ୍ୟାଣ ପାଇଁ ଏହି ମହାଯଜ୍ଞ ଅନୁଷ୍ଠିତ ହେଉଛି । ମଙ୍ଗଳବାର ପବିତ୍ର ଶାମ୍ବଦଶମୀରେ ବିଶ୍ୱ କଲ୍ୟାଣ ସୌର ମହାଯଜ୍ଞର ପୂର୍ଣ୍ଣାହୁତି ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ