ନୟାଗଡ଼ରେ ଅତି ଘନ କୁହୁଡ଼ି, ଫୁଲବାଣୀ, ଢ଼େଙ୍କାନାଳ, ରାଉରକେଲାରେ ଘନ କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ୱର, ୩୦ ଡିସେମ୍ବର (ହି.ସ.)- ମଙ୍ଗଳବାର ସକାଳେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ୩ଟି ସ୍ଥାନରେ ଘନ କୁହୁଡ଼ି, ଗୋଟିଏ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଏବଂ ୪ଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳେ ନୟାଗଡ଼ରେ ଅତି ଘନ କୁହୁଡ଼ି ଦେଖିବା
ନୟାଗଡ଼ରେ ଅତି ଘନ କୁହୁଡ଼ି,  ଫୁଲବାଣୀ, ଢ଼େଙ୍କାନାଳ, ରାଉରକେଲାରେ ଘନ କୁହୁଡ଼ି ଦୃଶ୍ୟମାନ


ଭୁବନେଶ୍ୱର, ୩୦ ଡିସେମ୍ବର (ହି.ସ.)- ମଙ୍ଗଳବାର ସକାଳେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ୩ଟି ସ୍ଥାନରେ ଘନ କୁହୁଡ଼ି, ଗୋଟିଏ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଏବଂ ୪ଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।

ଆଜି ସକାଳେ ନୟାଗଡ଼ରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୦ରୁ ୫୦ ମିଟର ମଧ୍ୟରେ ରହିଛି । ଫୁଲବାଣୀ, ଢ଼େଙ୍କାନାଳ, ରାଉରକେଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଛି । ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ରୁ ୫୦୦ ମିଟର ମଧ୍ୟରେ ରହିଛି ।

ସେହିପରି ଝାରସୁଗୁଡ଼ା, ଭୁବନେଶ୍ୱର, ଚାନ୍ଦବାଲି, ବାରିପଦାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande