ଚୁକ୍ତିନାମା କଂଟ ସମୟକୁ ପୁରିଲାଣି ଦୁଇ ବର୍ଷ ଏଯାଏଁ କାମରେ ଲାଗୁନି ୧୨ ଶହ କୋଟି ଟଙ୍କାର ୨୬ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପଧାନିରେ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ପରେ ଉପକେନ୍ଦ୍ର ଚାଲି ପାରୁନି
ଭଦ୍ରକ, ୩୦ ଡିସେମ୍ବର (ହି.ସ.) - ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୯-୨୦ ଓ୨୦୨୨-୨୩ ମଧ୍ୟରେ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ଧାମନଗର ବ୍ଲକ ଅଂଚଳର ୨୬ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ପାଇଁ ପ୍ରାୟ ୧୨୭୧.୩୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ବିଭାଗ ପକ୍ଷରୁ ଠିକାଦାରଙ୍କୁ ଦିଆଯ
PADHANI RE SWASTYA UPAKENDRA


ଭଦ୍ରକ, ୩୦ ଡିସେମ୍ବର (ହି.ସ.) - ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୯-୨୦ ଓ୨୦୨୨-୨୩ ମଧ୍ୟରେ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ଧାମନଗର ବ୍ଲକ ଅଂଚଳର ୨୬ ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ପାଇଁ ପ୍ରାୟ ୧୨୭୧.୩୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ବିଭାଗ ପକ୍ଷରୁ ଠିକାଦାରଙ୍କୁ ଦିଆଯାଇଥିବା ଚୁକ୍ତିନାମା କଂଟ ସମୟ ଦୁଇ ବର୍ଷ ହେବ ସରି ଯାଇଥିଲେ ମଧ୍ୟ ବିଡ଼ିଓ ଏବଂ ଏଇ ଇ ମାନଙ୍କ ଅବହେଳା ପାଇଁ ଏଯାଏଁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇନାହିଁ।ସବୁଠାରୁ ବଡ କଥା ହେଲା ପଧାନି ଠାରେ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଦ୍ୱାରା ଉଦ୍ଘାଟନ କାର୍ଯ୍ୟ ସରିଥିଲେବି ତାହା କର୍ଯ୍ୟକ୍ଷମ୍ ହେଉନାହିଁ।ସେହି ପରି ବମକୁରା, ଭଗବାନପୁର, ସହିଦନଗର, ଗୋବିନ୍ଦପୁର, ଫତେପୁର, ଫଳପୁର, ଅସୁରାଳି, ସୋହୋଡ଼ା, ଧୂଷୁରୀ, ଝାରିଡ଼ିଆ ଠାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଧୂଷୁରୀ ଅତିରିକ୍ତ ସ୍ୱାସ୍ଥ୍ୟକେନ୍ଦ୍ର କୁ ମିଶାଇ ୧୩ ଟି ନିର୍ମାଣ ସରିଥିଲେ ମଧ୍ୟ ଧାମନଗର ବ୍ଳକ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହସ୍ତାନ୍ତର କରୁ ନାହାଁନ୍ତି । ସେହିପରି ବିରୁହାଁ, ଜୟନଗର, ଖପରପଦା, ନଦୀଗାଁ, ବେଦପୁର,ସହିଦନଗର, ବନ୍ଧଟିଆ, ଚୁଡ଼ାକୁଟି ଆନନ୍ଦପୁର ଓ ସୋହୋଡ଼ା ଆଦି ୧୧ ଟି ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ଫିନିସିଂ କାର୍ଯ୍ୟ ଚାଲିଥିବା ଜଣା ଯାଇଛି। ରଇପୁର ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ନିମିଟଣ ପଡ଼ିଥିବା ବେଳେ ବୟାଙ୍ଗଡିହ ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ବିବାଦୀୟ ଯୋଗୁଁ ଅଧା କାମ ହୋଇ ବନ୍ଧରହିଚି।। ସରି ନଥିବା ଉପ କେନ୍ଦ୍ରର ତୁରନ୍ତ ନିର୍ମାଣ ପାଇଁ ଠିକାଦାରଙ୍କୁ ତାଗିଦ ଓ ନିର୍ମାଣ ହୋଇଥିବା ଉପ କେନ୍ଦ୍ରକୁ ହସ୍ତାନ୍ତର ପ୍ରକ୍ରିୟା ନହେବାରୁ ହଜାର ହଜାର ଗ୍ରାମୀଣ ରୋଗୀ ସହଜରେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଛନ୍ତି। ବିଡ଼ିଓ ବନବିହାରୀ ଦିଣ୍ଡା କୁହନ୍ତି ଯେ ପୁରୁଣା ଏଇ ଇ ବଦଳି ଓ ନୂଆ ଙ୍କ ଯୋଗଦାନ ଯୋଗୁଁ ନିର୍ମିତ ସ୍ୱାସ୍ଥ୍ୟ ଉପ କେନ୍ଦ୍ରର ହସ୍ତାନ୍ତରୀକରଣ ବିଳମ୍ୱ ହେଉଛି। ନୂଆବର୍ଷ ଆରମ୍ଭରେ ଏହି କାର୍ଯ୍ୟ ତ୍ୱରାନ୍ୱିତ ହେବ। ଅପର ପକ୍ଷରେ ଯାହା ବିଶେଷ ସୂତ୍ର ରୁ ଜଣା ପଡ଼ିଛି ଯେ ଠିକାଦାର ମାନେ ସେମାନେ ତାଙ୍କ କାର୍ଯ୍ୟ ର ଟଙ୍କା ପାଇନଥିବାରୁ ସେମାନେ ଚାବି କାଠି ଦେଉନାହାନ୍ତି,ଫଳରେ ଏପରି ପରିସ୍ଥିତି ସୃଷ୍ଟି ହେଉଚି ବୋଲି ଆଲୋଚନା ହେଉଚି। ଏ ଦିଗରେ ଭଦ୍ରକ ଜିଲ୍ଲାପାଳ ଏବଂ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଦୃଷ୍ଟି ଦେବାକୁ ଦାବି ହେଉଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande