ଗୁଲନଗରରେ ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣସଭା
କେନ୍ଦ୍ରାପଡା, ୩୦ ଡିସେମ୍ବର (ହି.ସ.)- ଗୁଲନଗର ସ୍ଥିତ ପ୍ରଭୁ ତ୍ରିନାଥ ମନ୍ଦିର ପରିସରରେ ପଣ୍ଡିତ ରାଜୀବ ଲୋଚନ ଦାଶଙ୍କ ସଭାପତିତ୍ୱରେ ଏକ ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବେଦପାଠ କରିଥିଲେ କେନ୍ଦ୍ରାପଡା ବ୍ଲକର ସଂଯୋଜକ ପଣ୍ଡିତ ହରେକୃଷ୍ଣ ପତି । ଅତିଥି ଭାବେ
ଗୁଲନଗରରେ ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣସଭା


କେନ୍ଦ୍ରାପଡା, ୩୦ ଡିସେମ୍ବର (ହି.ସ.)- ଗୁଲନଗର ସ୍ଥିତ ପ୍ରଭୁ ତ୍ରିନାଥ ମନ୍ଦିର ପରିସରରେ ପଣ୍ଡିତ ରାଜୀବ ଲୋଚନ ଦାଶଙ୍କ ସଭାପତିତ୍ୱରେ ଏକ ପଞ୍ଚାୟତ ସ୍ତରୀୟ ବ୍ରାହ୍ମଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବେଦପାଠ କରିଥିଲେ କେନ୍ଦ୍ରାପଡା ବ୍ଲକର ସଂଯୋଜକ ପଣ୍ଡିତ ହରେକୃଷ୍ଣ ପତି । ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣ ମହାସଭାର ବରେଣ୍ୟ ସଂପାଦକ ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ର। ପଣ୍ଡିତ ମିଶ୍ର ବ୍ରାହ୍ମଣ ସଭାର ଗଠନ ଓ ଆଭିମୁଖ୍ୟ ଉପରେ ବିଶଦ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବରେ କେନ୍ଦ୍ରପଡା ନଗର ବ୍ରାହ୍ମଣ ସଭାର ସଂପାଦକ ଶିକ୍ଷାବିତ୍ ନୃସିଂହ ଚରଣ ତ୍ରିପାଠୀ ଯୋଗଦେଇ ସମାଜର ହିତ ପାଇଁ ବ୍ରାହ୍ମଣ ମାନଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସଂଯୋଜକ ଲକ୍ଷ୍ମୀଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ନୂତନ ବର୍ଷ ୨୦୨୬ ଜାନୁୟାରୀ ୫ ତାରିଖରେ ଗୋପାଳଜୀୟୁ ମନ୍ଦିର ପରିସରରେ କେନ୍ଦ୍ରାପଡା ବ୍ଲକ ଓ କେନ୍ଦ୍ରାପଡା ନଗରର ବ୍ରାହ୍ମଣ ମାନଙ୍କର ଏକ ମିଳିତ ବୈଠକ ଅପରାହ୍ନ ୩ଟା ସମୟରେ ଅନୁଷ୍ଠିତ ହେବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା । ଉକ୍ତ ସଭାରେ ପିତାମ୍ବର କର, ପ୍ରଶାନ୍ତ କର, ଅଭୟ ଦାଶ, ତପନ ଦାଶ, ଗୋବିନ୍ଦ ରଥ, ଭୂବନ ମୋହନ କର, ନୀଳମାଧବ ମିଶ୍ର, ଜିତେନ୍ଦ୍ର ଦାଶ, ଉପେନ୍ଦ୍ର ପତି ମନ୍ମଥ ଚକ୍ରବର୍ତ୍ତୀ, ରବିନ୍ଦ୍ର ଦାଶ, ଲକ୍ଷ୍ମୀକାନ୍ତ ଦାଶ, ରାଜିବ କର ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande