
ଜୟପୁର, ୩୦ ଡିସେମ୍ବର (ହି.ସ.) - ଜୟପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧିନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କ ପକ୍ଷରୁ ଗତକାଲି ଠାରୁ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଏହିପରି ଆଜି ୨ୟ ଦିବସରେ ମଧ୍ୟ ଧାରଣା ଜାରୀ ରହିଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗିୟ ସର୍ବଚ୍ଚୋଯନ୍ତ୍ରୀ ଅସ୍ଥାୟୀ କର୍ମଚାରୀଙ୍କ ସମ୍ପୁର୍ଣ୍ ବିବରଣୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଧାରଣାରତ ଅସ୍ଥାୟୀ କର୍ମଚାରୀ ମାନେ ଦାବୀ କରିଛନ୍ତି । ଏହିପରି ଆସନ୍ତା ବୁଧବାର ସୁଦ୍ଧା ସମସ୍ତବିଭାଗର ଜୟପୁର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତଥା ସର୍କଲ କାର୍ଯ୍ୟାଳୟ ଅଧିନରେ ରହିଥିବା ସମସ୍ତ ଡିଭିଜନ ଓ ସବଡିଭିଜନରେ ଦାର୍ଘ ବର୍ଷ ଧରି କାର୍ଯ୍ୟରତ ଏହି କର୍ମଚାରୀ ମାନଙ୍କୁ ସମସ୍ତ ବିବରଣୀ ଏବଂ କାଗଜପତ୍ର ଆସନ୍ତା ପ୍ରାପ୍ତ ହେଲେ ତୁରନ୍ତ ଏହାକୁ ସର୍ବଚ୍ଚୋ ଯନ୍ତ୍ରୀଙ୍କ ନିକଟରେ ଦାଖଲ କରାଯିବ ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିଶ୍ୱନାଥ ମରାଣ୍ଡି ପ୍ରକାଶ କରିଛନ୍ତି । ଗତକାଲି ଠାରୁ ନିଖିଳ ଓଡ଼ିଶା ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଠିକା କର୍ମଚାରୀ ଜୟପୁର ସର୍କଲ ପକ୍ଷର ଜୟପୁର ସ୍ଥିତ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେଇଥିଲେ । ଏହିପରି ଅସ୍ଥାୟୀ ତଥା ଠିକା କର୍ମଚାରୀଙ୍କ ଅଭିଯୋଗ ଯେ ନିଖିଳ ଓଡ଼ିଶା ରାସ୍ତା ଓ ଗୃହ ନିର୍ମାଣ ଠିକା ଶ୍ରମିକ ସଙ୍ଘ ପକ୍ଷରୁ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ଏବଂ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଏହି କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଥିଲେ । ଏଥିନେଇ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାପାଇଁ ବିଭାଗକୁ ନିର୍ଦ୍ଦେଶଦେଇଥିଲେ । ଏଥିନେଇ ସମସ୍ତ ଅସ୍ଥାୟୀ କର୍ମଚାରୀ ବିବରଣୀ ଓ କାଗଜପତ୍ର ପ୍ରଦାନ କରିବାକୁ ଜୟପୁର ସର୍କଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ସର୍କଲ କାର୍ଯ୍ୟାଳୟ ପକ୍ଷରୁ ଏଥିନେଇ କୌଣସି ବ୍ୟବସ୍ଥା କରାଯାଇନଥିବା ନେଇ ଅସ୍ଥାୟୀ କର୍ମଚାରୀ ମାନେ ଧାରଣା ଆରମ୍ଭ କରିଛନ୍ତି । ଏହି ଧାରଣାରେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ସତିଶ ଚନ୍ଦ୍ର ନାୟକ, ତିରୁପତି ନାୟକ, ଜି.ରାମାରାଓ. ସଞ୍ଜୟ ବେହେରା, ଅଜୟ କୁମାର ବିଶ୍ୱାଳ. ସୁଧିର ପଣ୍ଡା ପ୍ରମୁଖ ଧାରଣାରେ ସାମିଲ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି