
ସମ୍ବଲପୁର, ୩୦, ଡିସେମ୍ବର (ହି.ସ.) ସ୍ଥାନୀୟ ଅଇଁଠାପାଲି ପିଏଚଡି ପଡିଆ ଠାରେ ଲୋକ ମହୋତ୍ସବ-୨୦୨୬ ପାଇଁ ଭୂମିପୂଜନ ଓ ଶୁଭସ୍ତମ୍ଭ ସ୍ଥାପନା ହୋଇଯାଇଛି l ପ୍ରାରମ୍ଭରେ ମାଁ ସମଲେଶ୍ୱରୀ ଓ ମାଁ ପାଟଣେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଉଭୟ ପୀଠରୁ ଆଜ୍ଞାମାଳ ଆସିବା ପରେ ମହୋତ୍ସବ ପଡ଼ିଆରେ ସ୍ଥାପନା କରାଯାଇଥିଲା। ନୋଡାଲ ଅଧିକାରୀ ତଥା ସମ୍ୱଲପୁର ମହାନଗର କମିଶନର ରେହାନ୍ କ୍ଷତ୍ରି ଏହି ପୂଜାରେ କର୍ତ୍ତା ଦାୟୀତ୍ବ ତୁଲାଇ ଥିଲେ। ପୂଜକ ଜିତେନ୍ଦ୍ର କୁମାର ନନ୍ଦ ଓ ସହଯୋଗୀ ଜୟନାରାୟଣ ରଥ ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମହୋତ୍ସବ କମିଟି ସଂଯୋଜକ ଦୀପକ କୁମାର ପଣ୍ଡା, ସହ ସଂଯୋଜକ ସତ୍ୟରଞ୍ଜନ ବେହେରା, ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର, ଉପଦେଷ୍ଟା ପ୍ରଫୁଲ୍ଲ ହୋତା, ସୂର୍ଯ୍ୟ ପାଣିଗ୍ରାହୀ, ଭୋଲା ମହତ୍ତମ, ରାମଦାସ ପଣ୍ଡା, ମିଳନ ମହାରଣା, ଶଙ୍କର ବେହେରା, ନନ୍ଦ କିଶୋର ସାହୁ, ଆଶିଷ ପ୍ରଧାନ, ଦେବାଶିଷ ପୁରୋହିତ, ସୁବ୍ରତ ପଣ୍ଡା, ସତ୍ୟଜିତ ମହାପାତ୍ର, ସ୍ୱୟଂଜିତ୍ ପଟ୍ଟନାୟକ, ଉମେଶ ମାଝୀ, କବିନ୍ଦ୍ର ମହାପାତ୍ର, ପାୟଲ ଭୋଇ, ସର୍ମିଷ୍ଠା ପ୍ରଧାନ , ସୃଷ୍ଟି ପାଣିଗ୍ରାହୀ, ସୋମନାଥ ଜାଲ, ମାନସ ବକ୍ସି, ସ୍ୱୟଂସିଦ୍ଧା ପଟ୍ଟନାୟକ, ପ୍ରୀତି ସେଠ୍, ମନୀଷା ସାହୁ, ଉମେଶ ମାଝୀ, ଜିତୁ ନାୟକ, ସୈମିକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ