

କେନ୍ଦ୍ରାପଡ଼ା, ୩୦ ଡିସେମ୍ବର (ହି.ସ.)- ଜିଲ୍ଲାର କଲେଜ ଛକ ନିକଟ ଉଦୟ ନଗର ଠାରେ ଥିବା ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଟାଇମ୍ସ ଗୁରୁକୁଳ ସ୍କୁଲର ଦ୍ଵାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ପ୍ରହ୍ଲାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ଉଦଘାଟକ ଭାବେ ମଦନ ମୋହନ ସାହୁ, ମୁଖ୍ୟ ଅତିଥି ଭାବେ ଦିନବନ୍ଧୁ ରାଉତ, ଅଶୋକ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କଠିନ ପରିଶ୍ରମ, ଏକାଗ୍ରତା ଓ ଲକ୍ଷ୍ୟ ମଣିଷକୁ ସଫଳତାର ଶୀର୍ଷକରେ ପହଞ୍ଚାଇ ଥାଏ । ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ଶିକ୍ଷିତ ହେବା ସହ ଭଲ ମଣିଷ ହେବାକୁ ଅତିଥି ବୃନ୍ଦ ମତବ୍ୟକ୍ତ କରି ଅନୁଷ୍ଠାନର ଉତ୍ତରତୋର ଉନ୍ନତି କାମନା କରିଥିଲେ । ସ୍କୁଲର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିଲେ । ସ୍କୁଲ ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମାନ ପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଆୟୋଜିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ