
କେନ୍ଦ୍ରାପଡା, 30 ଡିସେମ୍ବର (ହି.ସ.) କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଵାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ତରଫରୁ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଧର୍ମପତ୍ନୀ ଉଷାରାଣୀ ବଳଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ଵର୍ଗତା ଉଷାରାଣୀ ଵାରୋ ଗ୍ରାମର ଉପେନ୍ଦ୍ର ପରିଡାଙ୍କ କନିଷ୍ଠା କନ୍ୟା ଥିଲେ। ଗାଙ୍ଗପଡା ଗ୍ରାମ ପଞ୍ଚାୟତର ସୋବଳାଗ୍ରାମର ଭିକାରୀ ବଳଙ୍କୁ ସେ ବିବାହ କରିଥିଲେ। ଭଜନ ସମ୍ରାଟଙ୍କ ସଙ୍ଗୀତମୟ ଜୀବନରେ ଉଷାରାଣୀଙ୍କ ସହଯୋଗ ଅତୁଳନୀୟ ଥିଲା। ତାଙ୍କର ଦାଦା ପୁଅ ଭାଇ ବିମଳ ପ୍ରସାଦ ପରିଡାଙ୍କ ଦ୍ଵାରା ପ୍ରତିଷ୍ଠିତ ଭାବଗ୍ରାହୀ କଳା ନିକେତନକୁ ସେ ଖୁବ ଭଲ ପାଉଥିଲେ। ତାଙ୍କର ଦେହାନ୍ତ ଖବରପାଇ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ସଭାରେ ଯୋଗ ଦେଇ ଗଭୀର ଶୋକ ପ୍ରକାଶ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆରମ୍ଭରେ ଉଷାରାଣୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ ପରେ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବିମଳ ପରିଡା ସ୍ମୃତି ଚାରଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଉଷାରାଣୀଙ୍କୁ ଜଣେ ଧର୍ମପ୍ରାଣା, ଅତିଥି ଵତ୍ସଳା ମହିୟସୀ ମହିଳା ଭାବରେ ବର୍ଣ୍ଣନା କରିଥିଲେ । ନିରୁପମା ଜେନା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାଇଥିଲେ। ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ଇଂଜିନିୟର ବିଶ୍ଵଜିତ ପରିଡା, ସୁଶ୍ରୀ ସଙ୍ଗୀତା ଜେନା, ନୃତ୍ୟ ଗୁରୁ ତପନ ତରାଇ, ସଙ୍ଗୀତ ଗୁରୁ ପ୍ରମୋଦ ଦାସ, ଅଙ୍କିତା ପରିଡା, ତିଗ୍ନାଅଂଶୁ ତେଜସ୍ଵୀନୀ, ସୁରଭି ମହାନ୍ତି, ପ୍ରୀତି ପ୍ରଜ୍ଞା ବିଶ୍ବାଳ, ଗୌରଵ ଦାସ, ଅର୍ପିତା ଅଙ୍କିତା ସାହୁ, ସୃଷ୍ଟି ଭୋଇ, ପିତା ସେଠୀ, ପ୍ରତୀକ୍ଷା ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତା ଆତ୍ମାର ସଦ୍ଗତି କାମନା କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତିରେଖା ବିଶ୍ବାଳ, ରୂପାଲି ସୂତାର, ଅର୍ଚ୍ଚନା ପରିଡା, ରାଜଲକ୍ଷ୍ମୀ ପରିଡା, ରଶ୍ମିତା ବେହେରା, ସନ୍ତୋଷ ଦାସ, ଅଭିଲିପ୍ସା, ସାଇ ସାଗରିକା, ଭୂମିକା, ସଂପୂର୍ଣ୍ଣା ରାୟ, ଶୁଭଲକ୍ଷ୍ମୀ, ଭାଗ୍ୟ ଲକ୍ଷ୍ମୀ, ଜାଗ୍ୟଶ୍ରୀ, ଶ୍ରଦ୍ଧାଞ୍ଜଳି ସାହୁ, ସାଇ ଶ୍ରଦ୍ଧା, କ୍ରିଷ୍ଣା ଦାସ, ଶ୍ରେୟାଶୀ ସନମ ସେନାପତି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ପ୍ରଵଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି