ଦୁର୍ଘଟଣାରେ ଆହତଙ୍କୁ ସହାୟତାର ହାତ ବଢାଇଲା ଅଂଶୁମାନ ଟ୍ରଷ୍ଟ
ଧର୍ମଶାଳା ୩୦ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ସ୍ୱେଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦୁର୍ଘଟଣାରେ ଅହତ ଜଣେ ଯୁବକଙ୍କ ପରିବାରକୁ ଆଜି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନା ମୁତାବକ ଗତ ୩ ଦିନ ତଳେ ଧର୍ମଶାଳା ବଜାର ଅଂଚଳର ସେକ ଇସରାଇଲଙ୍କ ପୁଅ ସେ
ଟାଟା ପାୱାର ର ଶୋଷଣ ବିରୋଧରେ କଂଗ୍ରେସ ପକ୍ଷରୁ ଦାବିପତ୍ର


ଦୁର୍ଘଟଣାରେ ଆହତଙ୍କୁ ସହାୟତାର ହାତ ବଢାଇଲା ଅଂଶୁମାନ ଟ୍ରଷ୍ଟ


ଧର୍ମଶାଳା ୩୦ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳର ସ୍ୱେଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦୁର୍ଘଟଣାରେ ଅହତ ଜଣେ ଯୁବକଙ୍କ ପରିବାରକୁ ଆଜି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନା ମୁତାବକ ଗତ ୩ ଦିନ ତଳେ ଧର୍ମଶାଳା ବଜାର ଅଂଚଳର ସେକ ଇସରାଇଲଙ୍କ ପୁଅ ସେକ ଇସାକ (୨୦) ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ତାଙ୍କର ଗୋଟିଏ ଗୋଡର ହାଡ ଭାଙ୍ଗିଯାଇଛି । ଏବେ ସେ କଟକ ଏସସିବି ମେଡିକାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଖବର ପାଇ ଧର୍ମଶାଳା ଅଂଚଳର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ଆଜି ଲୋକନାଥ ମହାନ୍ତିଙ୍କ ନେତୃତ୍ୱରେ ଟିଟା ରାଉତ, ଅନୁପ କୁମାର ସାମଲ,ସେକ ନିଜାମୁଦ୍ଦିନ, ବବୁଲ ଖାଁ ପ୍ରମୁଖ କଟକ ଏସସିବି ମେଡିକାଲରେ ପହଁଚି ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଇସରାଇଲ ଜଣେ ଗରିବ ଅସହାୟ ଲୋକ ହୋଇଥିବା ବେଳେ ଏଭଳି ଦୁଃଖଦ ସମୟରେ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସହାୟତା ପ୍ରଦାନ କରାଯିବା ନେଇ ସ୍ଥାନୀୟ ଅଂଚଳବାସୀମାନେ ଟ୍ରଷ୍ଟ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande