
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)-ଭୁବନେଶ୍ବରକୁ ଫେରିବ ପଥ
ଉତ୍ସବ । ଶୀତୁଆ ସକାଳେ ବିଭିନ୍ନ
କାର୍ଯ୍ୟକ୍ରମରେ ସାମିଲ ହେବେ
ଲୋକେ । ଏନେଇ ମେୟର ସୁଲୋଚନା ଦାସ
ସୂଚନା ଦେଇଛନ୍ତି । ବ୍ୟସ୍ତ ବହୁଳ ଜୀବନରେ
ମନୋରଞ୍ଜନ ଭରିବ ପଥ ଉତ୍ସବ । ଆସନ୍ତା ୪
ଜାନୁଆରି ୨୦୨୬ରୁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ
ଆୟୋଜିତ କରାଯିବ କାର୍ଯ୍ୟକ୍ରମ। ପ୍ରଥମେ ୪ ତାରିଖ ଦିନ ଜନପଥରେ ୧୮ ଜାନୁୟାରୀ ରେ ଜାଗମରା, ୧
ଫେବୃଆରୀରେ ଇନଫୋସିଟି ଅଞ୍ଚଳରେ ହେବ କାର୍ଯ୍ୟକ୍ରମ । ଶୀତୁଆ ସକାଳେ
ଭୁବନେଶ୍ଵର ନେବେ ନାଚ, ଗୀତର ମଜା. ଆମ ସହର, ଆମ ରାସ୍ତାରେ
ଲୋକଙ୍କ ମନୋରଞ୍ଜନ କରାଯିବ ।
ଏବେଠୁ ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ସୂଚନା
ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା