ବୟାନବାଜି କରୁଥିବା ନେତାଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ବୟାନ ବାଜି କରୁଥିବା ନେତାଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ନେତାଙ୍କ ବୟାନବାଜିକୁ ସମୀକ୍ଷା କରୁଛି ଶୃଙ୍ଖଳା କମିଟି । ପ୍ରତି ଦଳରେ ଅନୁଶାସନ ଓ ଶୃଙ୍ଖଳା ଅଛି । ବିଜେଡି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଓ ଏହାକୁ ଅଗ୍ରାଧିକାର ଦେଇ ଆସିଛ
ବୟାନବାଜି କରୁଥିବା ନେତାଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି


ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ବୟାନ ବାଜି କରୁଥିବା ନେତାଙ୍କ ଉପରେ ଆକ୍ସନ ନେଇପାରେ ବିଜେଡି । ନେତାଙ୍କ

ବୟାନବାଜିକୁ ସମୀକ୍ଷା କରୁଛି ଶୃଙ୍ଖଳା କମିଟି ।

ପ୍ରତି ଦଳରେ ଅନୁଶାସନ ଓ ଶୃଙ୍ଖଳା ଅଛି । ବିଜେଡି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଓ ଏହାକୁ

ଅଗ୍ରାଧିକାର ଦେଇ ଆସିଛି । ମତ ପାର୍ଥକ୍ୟ ଥାଇ ପାରେ, ହେଲେ

ସମସ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ମାନିଛନ୍ତି ବୋଲି ସାରଦା ଜେନା କହିଛନ୍ତି। ଆରୋପ ପ୍ରତ୍ୟାରୋପ ଉପରେ ଶୃଙ୍ଖଳା କମିଟି

ନଜରରେ ଅଛି । ଯଦି ବିଶୃଙ୍ଖଳା ହୁଏ, କମିଟି ବସି ପରବର୍ତୀ

କାର୍ଯ୍ୟପନ୍ଥା ପାଇଁ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିଆଯିବ । ଯଦି ଦଳର କ୍ଷତି ହେଲା ପରି

ବୟାନବାଜି ହୁଏ, ଶୃଙ୍ଖଳା କମିଟି ଏହାକୁ

ଦେଖିବ । ବଦ୍ରି ପାତ୍ରଙ୍କ ମତ ଉପରେ ଦଳର ବରିଷ୍ଠ ନେତା ଦେଖୁଛନ୍ତି, ମୁଁ ମତାମତ ଦେବା ଠିକ ହେବନି ବୋଲି ବିଜେଡି ଶୃଙ୍ଖଳା କମିଟି ସଦସ୍ୟ

ସାରଦା ଜେନା କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande