ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ଇଂରେଜ ଶାସନର ଅନ୍ୟାୟ, ଅତ୍ୟାଚାର ଓ ଦମନମୂଳକ ନୀତି ବିରୋଧରେ ଘୁମୁସର ଅଞ୍ଚଳର ପାହାଡ଼, ଜଙ୍ଗଲ ଓ ଗାଁରୁ ଯେଉଁ ବିଦ୍ରୋହର ଶଙ୍ଖନାଦ ଉଠିଥିଲା, ସେହି ସଂଗ୍ରାମର ମୁଖ୍ୟ ନାୟକ ଥିଲେ ଘୁମୁସରର ମହାନ ବିପ୍ଲବୀ ବୀର ଚକରା ବିଷୋୟୀ । ଆ
ଚକରା ବିଷୋଇ


ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ଇଂରେଜ ଶାସନର ଅନ୍ୟାୟ, ଅତ୍ୟାଚାର ଓ ଦମନମୂଳକ

ନୀତି ବିରୋଧରେ ଘୁମୁସର ଅଞ୍ଚଳର ପାହାଡ଼, ଜଙ୍ଗଲ ଓ ଗାଁରୁ ଯେଉଁ ବିଦ୍ରୋହର

ଶଙ୍ଖନାଦ ଉଠିଥିଲା, ସେହି ସଂଗ୍ରାମର ମୁଖ୍ୟ ନାୟକ ଥିଲେ ଘୁମୁସରର ମହାନ ବିପ୍ଲବୀ ବୀର

ଚକରା ବିଷୋୟୀ । ଆଦିବାସୀ, କୃଷକ ଓ ସାଧାରଣ ଜନତାଙ୍କୁ ସଂଗଠିତ କରି

ସେ ଇଂରେଜ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ ଏବଂ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ

ଇତିହାସରେ ଏକ ଗୌରବମୟ ଅଧ୍ୟାୟ ରଚନା କରିଥିଲେ। ବ୍ୟବସ୍ଥାର ଦୁରୁପଯୋଗ ଓ ପ୍ରଶାସନିକ ଅତ୍ୟାଚାର

ବିରୋଧରେ ତାଙ୍କ ନେତୃତ୍ୱରେ ଘୁମୁସର ଆନ୍ଦୋଳନ ଇଂରେଜ ଶାସନ ପାଇଁ ଏକ ଭୟଙ୍କର ଆହ୍ୱାନ ଭାବେ

ଉଭା ହୋଇଥିଲା। ତାଙ୍କର ସାହସ, ସ୍ୱାଭିମାନ,

ଦେଶପ୍ରେମ

ଓ ନ୍ୟାୟପ୍ରତି ଅତୁଟ ଆସ୍ଥା ତାଙ୍କୁ କେବଳ ଘୁମୁସର ଅଞ୍ଚଳ ନୁହେଁ ବରଂ ସମଗ୍ର ଓଡିଶାବାସୀଙ୍କ

ମଧ୍ୟରେ ଏକ ଜନନାୟକ ଭାବେ ପରିଚିତି ଆଣିଦେଇଛି । ଇଂରେଜ ଶାସନର ଦମନ ନୀତି ବିରୋଧରେ ସେ ଯେଉଁ

ସଂଘର୍ଷ ଆରମ୍ଭ କରିଥିଲେ, ତାହା ତାଙ୍କର ବୀରତ୍ୱ,

ନେତୃତ୍ୱ

ଓ ବଳିଦାନର ଅମର ଉଦାହରଣ ଭାବେ ଆଜି ମଧ୍ୟ

ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।

ଆଜି ସେହି ମହାନ ବିପ୍ଲବୀଙ୍କ ୨୦୩ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ

ପକ୍ଷରୁ ଆୟୋଜିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ବିଧାନସଭା ନିକଟସ୍ଥ ଶହୀଦଙ୍କ ପ୍ରତିମୂର୍ତ୍ତିରେ

ବାଚସ୍ପତି ସୁରମା ପାଢୀ ମାଲ୍ୟାର୍ପଣ କରିବା ସହ ତାଙ୍କ ବଳିଦାନର ସ୍ମୃତି ଚାରଣ କରିଛନ୍ତି ।

ଓଡ଼ିଶା ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସଂପର୍କ

ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ, ଉପନିର୍ଦ୍ଦେଶକ ସୁଚେତା

ପ୍ରିୟଦର୍ଶିନୀ, ଶ୍ରୀ ଅଶ୍ବିନୀ କୁମାର ଭୋଇ ପ୍ରମୁଖ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କରିଛନ୍ତି ।

ଏତଦବ୍ୟତୀତ ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ବିଭିନ୍ନ ସାମାଜିକ ଓ

ସାଂସ୍କୃତିକ ସଂଗଠନର ବ୍ୟକ୍ତିବିଶେଷଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ବିଧାନସଭା

ପାର୍ଶ୍ଵବର୍ତ୍ତୀ ବୀର ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ

ସ୍ମୃତିଚାରଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande