ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.) ଶୁଭେଚ୍ଛା ଜଣାଇବାକୁ ବ୍ୟକ୍ତିଗତ ଭାବେ ନ ଆସିବାକୁ ଅନୁରୋଧ -ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନଟି ସରକାରୀ କାର୍ଯ୍ୟ ଦିବସ ରହୁଥିବାର
ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)

ଶୁଭେଚ୍ଛା ଜଣାଇବାକୁ ବ୍ୟକ୍ତିଗତ ଭାବେ ନ ଆସିବାକୁ ଅନୁରୋଧ

-ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଦିନଟି ସରକାରୀ କାର୍ଯ୍ୟ

ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସାଧାରଣ କାର୍ଯ୍ୟଦିବସ ଭାବେ

ଚାଲିବ। ତେବେ, ମୁଖ୍ୟମନ୍ତ୍ରୀଙ୍କୁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର

ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ କେହି ବ୍ୟକ୍ତିଗତ ଭାବେ ନ

ଆସିବାକୁ ଅନୁରୋଧ।

ଏହି ଦିନ ସରକାରୀ କାର୍ଯ୍ୟଦିବସ ରହୁ ଥିବାରୁ, ସମସ୍ତ ରାଜ୍ୟ ସରକାରୀ

କାର୍ଯ୍ୟାଳୟରେ ନିୟମିତ କାର୍ଯ୍ୟ ଜାରି ରହିବ। ସରକାରୀ କାର୍ଯ୍ୟାଳୟକୁ କୌଣସି ପ୍ରକାରେ ଇଂରାଜୀ

ନୂଆବର୍ଷ ପାଳନର ସ୍ଥଳୀ ନ କରିବାକୁ ପରାମର୍ଶ ଦିଆଯାଇଛି। କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ

ସମ୍ଭାଷଣ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ୍,

ଭୋଜିଭାତ,

ପାର୍ଟି

ଇତ୍ୟାଦି ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଉଛି।

ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନର ମୁଖ୍ୟ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ

ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande