ଟାଟା ପାୱାରର ଶୋଷଣ ବିରୋଧରେ କଂଗ୍ରେସ ପକ୍ଷରୁ ଦାବିପତ୍ର
ଧର୍ମଶାଳା, ୩୦ ଡିସେମ୍ବର(ହି.ସ.) - ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି କ୍ରମେ ଟାଟା ପାୱାରର ଗ୍ରାହକ ଶୋଷଣ ପ୍ରତିବାଦରେ ଧର୍ମଶାଳା କଂଗ୍ରେସ ପକ୍ଷରୁ ବିଦ୍ୟୁୁତ ଉପ ବିଭାଗ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଧର
ଟାଟା ପାୱାର ର ଶୋଷଣ ବିରୋଧରେ କଂଗ୍ରେସ ପକ୍ଷରୁ ଦାବିପତ୍ର


ଧର୍ମଶାଳା, ୩୦ ଡିସେମ୍ବର(ହି.ସ.) - ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି କ୍ରମେ ଟାଟା ପାୱାରର ଗ୍ରାହକ ଶୋଷଣ ପ୍ରତିବାଦରେ ଧର୍ମଶାଳା କଂଗ୍ରେସ ପକ୍ଷରୁ ବିଦ୍ୟୁୁତ ଉପ ବିଭାଗ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଧର୍ମଶାଳା ଉପବିଭାଗ କାର୍ଯ୍ୟାଳୟରେ ପହଁଚି ବିଭାଗର ସହକରୀ ଯନ୍ତ୍ରୀଙ୍କ ଜରିଆରେ ବାଲେଶ୍ୱରସ୍ଥିତ ଟାଟା ପାୱାରର ସଭାପତିଙ୍କ ନିକଟକୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । କମିଟିର ନିଷ୍ପତିକ୍ରମେ ଟାଟା ପାୱାରର ଅତିରିକ୍ତ ଦେୟ ଆଦାୟକୁ ପ୍ରତିବାଦ କରିବା ସହିତ ଗ୍ରାହକମାନଙ୍କର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କ ଉପରେ ଲଦି ଦିଆଯାଉଥିବା ଆର୍ଥିକ ବୋଝକୁ ଯଥାଶୀଘ୍ର ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି । ଏଥିସହିତ ଅତିରିକ୍ତ ଦେୟ ଆଦାୟ ବନ୍ଦ କରିବା , ସ୍ମାର୍ଟ ମିଟର ପାଇଁ ଆଦାୟ କରାଯାଉଥିବା ଅର୍ଥ ବନ୍ଦ କରିବା , ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇଦେବା କୃଷି ଭିତିକ ଶିଳ୍ପ, କୁଟୀର ଶିଳ୍ପ ଓ ଶୀତଳଭଣ୍ଡାରକୁ ବିନା ମୂଲ୍ୟରେ ବିଦ୍ୟୁତ୍ ଯୋଗାଇ ଦେବା ସହ ସାଧାରଣ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଦାବିରେ ଉଲ୍ଲେଖ କରଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ପରିଡା, ପ୍ରଫୁଲ୍ଲ କୁମାର ରାୟ, ବାବୁଲି ମଲିକ.ସାଗର ପାଳ, ଉଗ୍ରେସନ ମହାନ୍ତି, ସେକ ଇକବାଲ, ଗଗନ ବିହାରୀ ରାଉତ ପ୍ରମୁଖ କଂଗ୍ରେସ କର୍ମୀମାନେ ପସ୍ଥିତ ରହିଥିଲେ । ଉପରୋକ୍ତ ଦାବି ଗୁଡିକ ପ୍ରତି କତୃପକ୍ଷ ଧ୍ୟାନ ନଦେଲେ ଅଗାମୀ ଦିନରେ ରାଜ୍ୟର ସମସ୍ତ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିବେ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande