ଆନ୍ଦୋଳନରତ ଓମସା ଡାକ୍ତର ସଙ୍ଘର ବଡ଼ ନିଷ୍ପତି, ଦାବି ପୂରଣ ନହେଲେ ସମୂହ ଇସ୍ତଫା
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ଆନ୍ଦୋଳନରତ ଓମସା ଡାକ୍ତର ସଙ୍ଘର ବଡ଼ ନିଷ୍ପତି । ନୂଆବର୍ଷରେ ଦାବି ପୂରଣ ନ ହେଲେ ଦେବେ ସମୂହ ଇସ୍ତଫା । ଆସନ୍ତା ଜାନୁଆରୀ 5 ରୁ ଦୁଇ ଘଣ୍ଟା ଲେଖାଏଁ ସକାଳ 9 ରୁ 11 ଯାଏଁ ବନ୍ଦ କରାଯିବ ଓପିଡି । ଦାବି ନ ଶୁଣିବା ଯାଏଁ ପ୍ରତି
ଆନ୍ଦୋଳନରତ ଓମସା ଡାକ୍ତର ସଙ୍ଘର ବଡ଼ ନିଷ୍ପତି, ଦାବି     ପୂରଣ ନହେଲେ ସମୂହ ଇସ୍ତଫା


ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ଆନ୍ଦୋଳନରତ ଓମସା ଡାକ୍ତର

ସଙ୍ଘର ବଡ଼ ନିଷ୍ପତି । ନୂଆବର୍ଷରେ ଦାବି ପୂରଣ ନ ହେଲେ ଦେବେ ସମୂହ ଇସ୍ତଫା । ଆସନ୍ତା

ଜାନୁଆରୀ 5 ରୁ ଦୁଇ ଘଣ୍ଟା ଲେଖାଏଁ ସକାଳ 9 ରୁ 11 ଯାଏଁ ବନ୍ଦ କରାଯିବ ଓପିଡି । ଦାବି ନ ଶୁଣିବା ଯାଏଁ ପ୍ରତି

ସପ୍ତାହରେ ଏକ ଘଣ୍ଟା ଲେଖାଏଁ ଓପିଡିବନ୍ଦ

ସମୟସୀମା ବଢିବ । ଆନ୍ଦୋଳନ ପରେ ବି ମୁଖ୍ୟମନ୍ତ୍ରୀଙ୍କ ସହ ଥରଟିଏ ବି ଆଲୋଚନା ହୋଇନଥିବାରୁ

ଅସନ୍ତୋଷ ପ୍ରକାଶ କଲା ଡାକ୍ତର ସଙ୍ଘ ।

ସାରା ରାଜ୍ୟରେ ଖାଲିପଡ଼ିଛି ଡାକ୍ତର ପଦବୀ ତୁରନ୍ତ ପୂରଣ, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, କ୍ୟାଡର

ପୁନର୍ଗଠନ, ଦାନ୍ତ ଡାକ୍ତର ମାନଙ୍କୁ

ତୁରନ୍ତ ପ୍ରଚଳିତ ଡିଏସିପି, ପିଜି ପ୍ରୋତ୍ସାହନ ରାଶି, ପିବିଆଇ, ସ୍ବଚ୍ଛ ବଦଳି ନୀତି, କେବିକେରେ ପାଞ୍ଚ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଡାକ୍ତରମାନଙ୍କୁ ତୁରନ୍ତ

ବଦଳି ପରି ଦାବି ରଖିଛି ଓମସା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande