ବାଲି ଘାଟ ରାସ୍ତା ଖୋଲିବା ବେଳେ ଦୁଇ ଗୋଷ୍ଠି ମୁହାଁମୁହିଁ
ଧର୍ମଶାଳା ୩୦ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ କାଏମା ନୁଆସାହି ନିକଟରେ କେଲୁଅ ନଦୀର କାଏମା ନୂଆସାହି ନିକଟ ଘାଟରୁ ବାଲି ଚାଲାଣ ପାଇଁ କରାଯାଇଥିବା ରାସ୍ତାକୁ ସ୍ଥାନୀୟ ଅଂଚଳର କିଛି ଯୁବକ ଜେସିବି ଲଗାଇ ଖୋଳି ଦେଇଥିଲେ । ଏହି ସମୟରେ ଖବର ପାଇ ବାଲି ଚାଲାଣକାରୀମାନେ
ବାଲି ଘାଟ ରାସ୍ତା ଖୋଲିବା ବେଳେ ଦୁଇ ଗୋଷ୍ଠି ମୁହାଁମୁହିଁ


ଧର୍ମଶାଳା ୩୦ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ କାଏମା ନୁଆସାହି ନିକଟରେ କେଲୁଅ ନଦୀର କାଏମା ନୂଆସାହି ନିକଟ ଘାଟରୁ ବାଲି ଚାଲାଣ ପାଇଁ କରାଯାଇଥିବା ରାସ୍ତାକୁ ସ୍ଥାନୀୟ ଅଂଚଳର କିଛି ଯୁବକ ଜେସିବି ଲଗାଇ ଖୋଳି ଦେଇଥିଲେ । ଏହି ସମୟରେ ଖବର ପାଇ ବାଲି ଚାଲାଣକାରୀମାନେ ସେଠାରେ ପହଁଚି ଗଣ୍ଡଗୋଳ କରିବା ସହ ଜେସିବିକୁ ଟେକା ପଥର ମାଡ କରିଥିଲେ । ଫଳରେ ସେଠାରେ ଦୁଇ ଗୋଷ୍ଠି ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ସୂଚନା ଅନୁଯାୟୀ ଏହି ବାଲି ଘାଟ ଲିଜ ନଥିବା ସ୍ୱତେ ଏଠାରୁ ବାରମ୍ବାର ବାଲି ଲୁଟ୍ ହେଉଛି ଏବଂ ମାର୍ଚ୍ଚ ମାସ ୬ତାରିଖ ଦିନ ଭୋର ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଯାଉଥିବା ବେଳେ ବନ୍ଧ ରାସ୍ତା ଉପରେ ଆସୁଥିବା ବାଇକ୍ ସହ ଧକ୍କା ଦେଇଥିଲା । ଏହି ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ପରିବାରକୁ କ୍ଷତି ପୁରଣ ସହ ଏଠାରେ ଚାଲୁ ଥିବା ବେଆଇନ ବାଲି ଘାଟକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିବାକୁ ଉତ୍ୟକ୍ତ ଲୋକେ ଦାବି କରି ନଦୀ ବନ୍‌ଡ଼ ରାସ୍ତା ଉପରେ ଟାୟାର ଜାଳି ଅବରରୋଧ କରିଥିଲେ । ଖବର ପାଇ ପୁଲିସ ଓ ବିଧାୟକଙ୍କ ସମର୍ଥକମାନେ ସେଠାରେ ପହଁଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ସେହି ସମୟରେ ଏହି ଘାଟକୁ ଯିବା ପାଇଁ ହୋଇଥିବା ରାସ୍ତାଟିକୁ ମଧ୍ୟ ଖୋଳି ଦିଆଯାଇ ବାଲି ଉଠାଣ ବନ୍ଦ କରି ଦିଆ ଯାଇଥିଲା । ହେଲେ କିଛି ଦିନ ବ୍ୟବଧାନ ପରେ ବାଲି ଚାଲାଣକାରୀମାନେ ଏହି ରାସ୍ତା ଟିକୁ ପୁନଃ ନିର୍ମାଣ କରି ପ୍ରତ୍ୟେକ ଦିନ ୍ ବାଲି ଚାଲାଣ କରୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଆଜି ଉଭୟ ଗୋଷ୍ଠି ମୁହାଁମୁହିଁ ହୋଇ ଥିଲେ । ତେବେ ଏନେଇ ଥାନାରେ ଅଭିଯୋଗ ହୋଇନଥିବା ବେଳେ ଉଭୟ ଗୋଷ୍ଠି ମଧ୍ୟରେ ଆପୋଷ ସମାଧାନ ହୋଇଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande