ଜନକଠାରେ ବାଦିପାଲା ମହୋତ୍ସବ ଉଦଯାପିତ
ଧର୍ମଶାଳା,୩୦ ଡିସେମ୍ବର(ହି.ସ.) - ପ୍ରତିବର୍ଷ ଭଳି ଚଳିତ ବର୍ଷ ଯାଜପୁର ଜିଲା ବଡଚଣା ବ୍ଲକ ଜନକସ୍ଥ ପଲ୍ଲୀପ୍ରଭା ସରକାରୀ ବିଦ୍ୟାଳୟ ପ୍ରାଙ୍ଗଣଠାରେ ‘ଓମ୍ ମା ତାରିଣୀ କଳାପରିଷଦ’ର ବାର୍ଷିକ ଉତ୍ସବ ଅବସରରେ ବାଦିପାଲା ଉଦଯାପିତ ହୋଇ ଯାଇଛି । ଏହି ବାଦିପାଲା ତିନି ଦିନ ଧରି ଚାଲୁ ରହି ଥିଲା । ଉଦଯାପନ
ଜନକଠାରେ ବାଦିପାଲା ମହୋତ୍ସବ ଉଦଯାପିତ


ଧର୍ମଶାଳା,୩୦ ଡିସେମ୍ବର(ହି.ସ.) - ପ୍ରତିବର୍ଷ ଭଳି ଚଳିତ ବର୍ଷ ଯାଜପୁର ଜିଲା ବଡଚଣା ବ୍ଲକ ଜନକସ୍ଥ ପଲ୍ଲୀପ୍ରଭା ସରକାରୀ ବିଦ୍ୟାଳୟ ପ୍ରାଙ୍ଗଣଠାରେ ‘ଓମ୍ ମା ତାରିଣୀ କଳାପରିଷଦ’ର ବାର୍ଷିକ ଉତ୍ସବ ଅବସରରେ ବାଦିପାଲା ଉଦଯାପିତ ହୋଇ ଯାଇଛି । ଏହି ବାଦିପାଲା ତିନି ଦିନ ଧରି ଚାଲୁ ରହି ଥିଲା । ଉଦଯାପନୀ ଉତ୍ସବରେ ଅଂଚଳର ବହୁ ମନ୍ୟଗଣ୍ୟବ୍ୟକ୍ତି ବିଶେଷ ଯୋଗ ଦେଇ ମା ତାରିଣୀ କଳାପରିଷଦକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ପ୍ରତି ଡିଜିଟାଲ ଯୁଗରେ ଜନକ ଭଳି ଗ୍ରାମାଚଂଳରେ ବାଦିପାଲା ଅନୁଷ୍ଠିତ ହେଉଥିବା ସହ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ଏହି ପାଲାକୁ ଉପଭୋଗ କରିବା ସହ ଏହା ଆଗକୁ ଏହି ମହାନ ପୁରୁଣା ସଂସ୍କୃତି ଉଦଜୀବିତ ହୋଇ ରହିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପାଲା କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଗାୟକ ଜ୍ଞାନ ଗୌରବ ଲକ୍ଷ୍ମୀଧର ପଣ୍ଡାଶର୍ମା ଓ ଗାୟକ ସରସ୍ୱତୀ କୈଳାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପାଲା ପରିବେଷଣ କରି ଶ୍ରୋତାଙ୍କ ମନମୁଗ୍ଧ କରିଥିଲେ। ସ୍ଥାନୀୟ ଜନକ ସମେତ ବଡବାଲିକୁଦା, ସାନ ବାଲିକୁଦା , ଅରାବଳ, ବ୍ରହ୍ମବରଦା, ବନ୍ଧଡିହ, ସାଉଡିଆ ଓ କଦମପାଳ ଆଦି ଅଂଚଳରୁ ଶହଶହ ପାଲା ପ୍ରେମୀ ଯୋଗ ଦେଇ ପାଲା ଉପଭୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କଳାପରିଷଦର ସଭାପତି ଅଖିଳ କୁମାର ଜେନା, ସମ୍ପାଦକ ସୁନନ୍ଦ ନାୟକ,ପ୍ରତାପ ଚନ୍ଦ୍ର ଦେଓ,ରବିନ୍ଦ୍ର କୁମାର ନାୟକ, ଦୁଃଶାସନ ଦାସ,ମନୋଜ କୁମାର ଜେନା, ରବିନ୍ଦ୍ରନାଥ ନାୟକ, ଦୁଃଶାସନ ଦାସ,ରବିନ୍ଦ୍ର ନାରାୟଣ ଜେନା, ପତିତ ନାୟକ, ମୁକ୍ତେଶ୍ୱର ଜେନା, ତପନ କୁମାର ଜେନା, ରବିନ୍ଦ୍ର ନାରାୟଣ ଜେନା ଓ ପ୍ରତାପ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande