
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ବୀର ଯୋଦ୍ଧା ଚକରା ବିଷୋୟୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ
କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ
କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଚକରା
ବିଷୋୟୀଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଲୋକଙ୍କ ଅଧିକାର ତଥା ଦେଶ ସେବାରେ ସେ
ଦେଖାଇଥିବା ସାହସ ଓ ପରାକ୍ରମ ଚିର ପ୍ରେରଣାଦାୟୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା