
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ନୂତନ ଭାବେ ଚୟନ ହୋଇଥିବା 11 ଟି
ବିଭାଗର 1543 ଜଣଙ୍କୁ ନେଇ
ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହେବାକୁ ଯାଉଅଛି | ଭୁବନେଶ୍ୱର
ରେଳ ଅଡିଟୋରିୟମରେ ଆୟୋଜିତ ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତଙ୍କୁ
ନିଯୁକ୍ତି ପତ୍ର ବଣ୍ଟନ କରିବେ | ଅନ୍ୟତମ ଅତିଥି ଭାବେ ଉପ
ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ଉପ ମୁଖ୍ୟମନ୍ତ୍ରୀ
ପ୍ରଭାତୀ ପରିଡା, ରାଜସ୍ବ ମନ୍ତ୍ରୀ ସୁରେଶ
ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଉପସ୍ଥିତ ରହିବେ | ବିଦ୍ୟାଳୟ
ଓ ଗଣଶିକ୍ଷା ପକ୍ଷରୁ 755, କୃଷି ବିଭାଗରୁ 392, ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗରୁ 116, ଅର୍ଥ ବିଭାଗରୁ 121 ଜଣ, ଶ୍ରମ ବିଭାଗରୁ 106 ଜଣ, ସମବାୟ ବିଭାଗରୁ 15 ଜଣ, ପର୍ଯ୍ୟଟନ ବିଭାଗରୁ 18, ସ୍ଵରାଷ୍ଟ୍ର
ବିଭାଗରୁ 6 ଜଣ, ଯୋଗାଣ
ବିଭାଗରୁ 5 ଜଣ, ଯୋଜନା
ଓ ସଂଯୋଜନା ବିଭାଗରୁ 8 ଜଣ ଏବଂ ଦକ୍ଷତା ବିକାଶ ଓ
ବୈଷୟିକ ଶିକ୍ଷା ବିଭାଗରୁ ଜଣଙ୍କୁ ଆଜି ନିଯୁକ୍ତି ପତ୍ର ବଣ୍ଟନ କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା