ନୂଆବର୍ଷ ପାଇଁ ଠାକୁରଙ୍କୁ ଅନିଦ୍ରା କରିବା ଠିକ୍ ନୁହେଁ- ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.) ନୂଆବର୍ଷ ପାଇଁ ଠାକୁରଙ୍କୁ ଅନିଦ୍ରା କରିବା ଓ ନୀତିକାନ୍ତିରେ ବିଭ୍ରାଟ କରିବା ଓଡିଶା ପାଇଁ ଶୁଭଙ୍କର ନୂହେଁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।ଯେତେବେଳେ ବିଜେଡି ସରକାର ଥିଲା ସେତେବେଳେ ବିଜେପି ସମାଲୋଚନା କରି କହୁଥିଲା ଯେ ଠାକୁରଙ୍କୁ ନ
ନୂଆବର୍ଷ ପାଇଁ ଠାକୁରଙ୍କୁ ଅନିଦ୍ରା କରିବା ଠିକ୍ ନୁହେଁ- ପ୍ରମିଳା ମଲ୍ଲିକ


ଭୁବନେଶ୍ୱର, 30 ଡିସେମ୍ବର (ହି.ସ.) ନୂଆବର୍ଷ ପାଇଁ ଠାକୁରଙ୍କୁ ଅନିଦ୍ରା କରିବା ଓ ନୀତିକାନ୍ତିରେ ବିଭ୍ରାଟ କରିବା ଓଡିଶା

ପାଇଁ ଶୁଭଙ୍କର ନୂହେଁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।ଯେତେବେଳେ ବିଜେଡି ସରକାର ଥିଲା ସେତେବେଳେ ବିଜେପି ସମାଲୋଚନା କରି କହୁଥିଲା ଯେ ଠାକୁରଙ୍କୁ

ନେଇ ରାଜନୀତି ହେଉଛି। ଠାକୁରଙ୍କୁ ଅନିଦ୍ରା ରଖୁଛନ୍ତି, ଶ୍ରୀ

ମନ୍ଦିର ନୀତିକାନ୍ତି ବିଭ୍ରାଟ ହେଉଛି ବୋଲି କହୁଥିଲା। କିନ୍ତୁ ବିଜେପି ଓଡ଼ିଆ ଅସ୍ମିତା କଥା

କହି ସରକାରକୁ ଆସିଥିଲା। ଓଡ଼ିଆ ପ୍ରାଣର ଦେବତା ପ୍ରଭୁ ଜଗନ୍ନାଥଙ୍କୁ ନେଇ ସେ ରାଜନୀତି

କରୁଛନ୍ତି। ଠାକୁରଙ୍କୁ ରାଜନୀତି ଠାରୁ ଦୂରରେ ରଖାଯାଉ। ଏବଂ ଠାକୁରଙ୍କ ନୀତିକାନ୍ତି ଠିକ୍

ପରମ୍ପରା ଅନୁସାରେ ହେଉ ବୋଲି ବିଜେଡି ବିଧାୟିତା ପ୍ରମିଳା ମଲ୍ଲିକ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande