ଆଜି ପବିତ୍ର ଶାମ୍ବ ଦଶମୀ
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ଆଜି ପବିତ୍ର ଶାମ୍ବ ଦଶମୀ । ଆଜିର ଦିନରେ ସୂର୍ଯ୍ୟ ଦେବତାଙ୍କ ପୂଜା କରାଯାଏ । ସନ୍ତାନମାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା କରାଯାଏ । ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶପ୍ତ ହୋଇ କୁଷ୍ଠ ରୋଗରେ
ଶାମ୍ବ ଦଶମୀ


ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)- ଆଜି ପବିତ୍ର ଶାମ୍ବ ଦଶମୀ । ଆଜିର

ଦିନରେ ସୂର୍ଯ୍ୟ ଦେବତାଙ୍କ ପୂଜା କରାଯାଏ । ସନ୍ତାନମାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା

କରାଯାଏ ।

ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଶପ୍ତ ହୋଇ

କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ

ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିବା କୁହାଯାଏ। ତେଣୁ ଆଜିର ଦିନର ସୂର୍ଯ୍ୟ

ପୂଜାର ରହିଛି ସ୍ୱତନ୍ତ୍ର ମହତ୍ୱ । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ବିଭିନ୍ନ ପ୍ରକାରର ପିଠା,

ମିଠା ସହ

ଘଡଘଡିଆ ଘାଣ୍ଟ ତରକାରୀ ଭୋଗ ଲଗାଯାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande