ତୁଳସୀ ମହିଳା ମହାବିଦ୍ୟାଳୟ ରେ ୩୨ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା
କେନ୍ଦ୍ରାପଡା, 30 ଡିସେମ୍ବର (ହି.ସ.) କେନ୍ଦ୍ରାପଡ଼ାର ତୁଳସୀ ମହିଳା ମହାବିଦ୍ୟାଳୟ ର ୩୨ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ବ୍ୟାପୀ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକ ଉଦ୍‌ଘାଟନ କରିଥିଲେ । ଅଧ୍ୟକ୍ଷ ଡ଼ ନାୟକଙ୍କ
ତୁଳସୀ ମହିଳା ମହାବିଦ୍ୟାଳୟ ରେ ୩୨ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା


କେନ୍ଦ୍ରାପଡା, 30 ଡିସେମ୍ବର (ହି.ସ.) କେନ୍ଦ୍ରାପଡ଼ାର ତୁଳସୀ ମହିଳା ମହାବିଦ୍ୟାଳୟ ର ୩୨ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ବ୍ୟାପୀ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକ ଉଦ୍‌ଘାଟନ କରିଥିଲେ । ଅଧ୍ୟକ୍ଷ ଡ଼ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ପର୍ବରେ ଉଚ୍ଚିଶିକ୍ଷା ବିଭାଗ, ଭୁବନେଶ୍ୱରର ପ୍ରାକ୍ତନ ଆଂଚଳିକ ନିର୍ଦ୍ଦେଶକ ରଞ୍ଜିତ୍ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ କ୍ରୀଡାର ମୌଳିକ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ +୨ ଓ +୩ ଶ୍ରେଣୀର ଚମ୍ପିଆନ୍ ଓ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ସବିତା ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କ୍ରୀଡା ପ୍ରଶିକ୍ଷିକା ସଂଯୁକ୍ତା ମହାନ୍ତି କ୍ରୀଡା ସମ୍ପର୍କିତ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ କ୍ରୀଡା ଉପ ସଭାପତି ଟିକେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅଧ୍ୟାପକ ଡ଼ ଆଶୁତୋଷ ରାଉତ ସଂଯୋଜନା କରିଥିଲେ ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande