ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅମୂଲ୍ୟ ବଳଙ୍କ ପରଲୋକ
ଭଦ୍ରକ, ୧୮ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସାହାପୁର ପଂଚାୟତ ଅଧିନ କଣ୍ଡରାଗଡ଼ିଆ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅମୂଲ୍ୟ ଚନ୍ଦ୍ର ବଳ (୭୩)ଙ୍କ ରବିବାର ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ସ୍ୱର୍ଗତ ବଳ କଣ୍ଡରାଗଡ଼ିଆ ଗ୍ରାମସ୍ଥିତ କୃଷକ ସହଯୋ
AMULYA BAL NKA PARALOKA


ଭଦ୍ରକ, ୧୮ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ସାହାପୁର ପଂଚାୟତ ଅଧିନ କଣ୍ଡରାଗଡ଼ିଆ ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅମୂଲ୍ୟ ଚନ୍ଦ୍ର ବଳ (୭୩)ଙ୍କ ରବିବାର ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ସ୍ୱର୍ଗତ ବଳ କଣ୍ଡରାଗଡ଼ିଆ ଗ୍ରାମସ୍ଥିତ କୃଷକ ସହଯୋଗ ଉ.ପ୍ରା. ବିଦ୍ୟାଳୟରେ ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ଭାବେ ରହି ସୂଚାରୁରୂପେ ଦାୟିତ୍ୱ ତୁଲାଇଥିଲେ। ସେ ଜଣେ ଛାତ୍ରବତ୍ସଳ, କର୍ତବ୍ୟନିଷ୍ଠ, ସ୍ନେହୀ, ଶାନ୍ତ, ସରଳ, ଅମାୟିକ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ସମୟରେ ପୁଅ, ବୋହୂ, ଝିଅ, ଜ୍ୱାଇଁ, ନାତି, ନାତୁଣୀ, ଭଣଜା, ଭାଣିଜୀଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସାହାପୁର ପଂଚାୟତର ସମସ୍ତ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ବଡ଼ପୁଅ ସୁବୋଧ କୁମାର ବଳ (ଚିନୁ) ମୁଖାଗ୍ନି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande