ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍ ଆକାଂକ୍ଷା ମହିଳା କ୍ଲବ୍‌ ପକ୍ଷରୁ ସାମୂହିକ ବିବାହ
ସମ୍ବଲପୁର, ୨୩ ଫେବୃଆରୀ (ହି.ସ.)- ଜିଲ୍ଲାର ଠେଲ୍‌କୁଲି ସ୍ଥିତ ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍ ଆକାଂକ୍ଷା ମହିଳା କ୍ଲବ୍ ଦ୍ୱାରା ଏକ ସାମୂହିକ ବିବାହ ସମାରୋହର ଆୟୋଜନ କରାଯାଇଥିଲା । ବିପିଏସ୍‌ଏଲ୍ ଟାଉନ୍‌ସିପ୍‌ରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ୨୦ ଜଣ ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇ
ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍ ଆକାଂକ୍ଷା ମହିଳା କ୍ଲବ୍‌ ପକ୍ଷରୁ ସାମୂହିକ ବିବାହ


ସମ୍ବଲପୁର, ୨୩ ଫେବୃଆରୀ (ହି.ସ.)- ଜିଲ୍ଲାର ଠେଲ୍‌କୁଲି ସ୍ଥିତ ଜେଏସ୍‌ଡବ୍ଲ୍ୟୁ ବିପିଏସ୍‌ଏଲ୍ ଆକାଂକ୍ଷା ମହିଳା କ୍ଲବ୍ ଦ୍ୱାରା ଏକ ସାମୂହିକ ବିବାହ ସମାରୋହର ଆୟୋଜନ କରାଯାଇଥିଲା । ବିପିଏସ୍‌ଏଲ୍ ଟାଉନ୍‌ସିପ୍‌ରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ୨୦ ଜଣ ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କ୍ଲବ୍‌ର ଅଧ୍ୟକ୍ଷା ଶ୍ରୀମତୀ ନିଳମ୍ ସିଂଙ୍କ ଉଦ୍ୟମ କ୍ରମେ ଏହି ବିବାହରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ସମ୍ପ୍ରଦାୟର ଦମ୍ପତ୍ତିମାନଙ୍କୁ ସାମିଲ୍ କରାଯାଇଥିଲା । ଅସହାୟ ଭିତ୍ତିଭୂମିରୁ ଆସିଥିବା ସଂପୃକ୍ତ ପରିବାରମାନେ ଏଥିପାଇଁ ଆକାଂକ୍ଷା ମହିଳା କ୍ଲବ୍‌ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏକତା ଓ ସଂହତିର ଏହି ବିବାହ ବନ୍ଧନ ସମାରୋହରେ ଟାଉନ୍‌ସିପ୍‌, ସ୍ଥାନୀୟ ଗ୍ରାମପଞ୍ଚାୟତ ଓ ଗାଁମାନଙ୍କରୁ ୫ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି ସାମିଲ ହୋଇ ନବ ଦମ୍ପତ୍ତିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । କ୍ଲବ୍ ପକ୍ଷରୁ ବୁଣାକାରମାନଙ୍କୁ ସହାୟତା, ବଂଚିତବର୍ଗର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇ ଆସୁଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande