'ପଣ୍ଡା ସୁପର ମାର୍ଟ' ଉଦଘାଟିତ
'ପଣ୍ଡା ସୁପର ମାର୍ଟ' ଉଦଘାଟିତ
'ପଣ୍ଡା ସୁପର ମାର୍ଟ' ଉଦଘାଟିତ


ସମ୍ବଲପୁର, ୨୩ ଫେବୃୟାରୀ

(ହି.ସ.) ସ୍ଥାନୀୟ ମହାନ୍ତିପଡା ନିକଟସ୍ଥ ଗେଟି ରୋଡ଼ରେ ଆଜି 'ପଣ୍ଡା ସୁପର ମାର୍ଟ' ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ବ୍ଲୁଭେଲ ନୋଇଡା ଫ୍ରାଇଚାଇଞ୍ଚ ଓ ବେଷ୍ଟୱେ ସୁପର ମାର୍ଟ ଦ୍ୱାରା ଏହା ପରିଚାଳିତ ହେଉଛି।ସତ୍ତାଧିକାରୀ ପ୍ରତିକ ପଣ୍ଡାଙ୍କ ସମେତ ମହେନ୍ଦ୍ର ନନ୍ଦ, ବିଜେପିର ଗୋବିନ୍ଦ ଅଗ୍ରୱାଲ, ସତ୍ୟନାରାୟଣ ପଣ୍ଡା, ପ୍ରଦୀପ ପଣ୍ଡା, ଅଶୋକ ମିଶ୍ର, ସବିତା ନନ୍ଦ, ଗାୟତ୍ରୀ ପଣ୍ଡା, ଲଷ୍ମୀନାରାୟଣ ପଣ୍ଡା, ଅସୀମ ପଣ୍ଡା, ସାର୍ଥକ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସୁପର ମାର୍ଟରେ ସବୁ ପ୍ରକାରର ଘର କରଣା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାମଗ୍ରୀ ଉପଲବ୍ଧ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande