ଭଦ୍ରକ, ୧୮ ଫେବୃୟାରୀ (ହି.ସ.) - ନେହେରୁ ଷ୍ଟାଡିୟମ୍ ରେ ଚାଲିଥିବା ଭଦ୍ରାୟଣୀ-୨୦୨୫ ରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ବିଭାଗ ତରଫରୁ ଆୟୋଜିତ ଷ୍ଟଲ ରେ ଆର୍ôଥକ ସାକ୍ଷରତା, ସ୍ୱଳ୍ପ ସଂଚୟ ଯୋଜନା, ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା ଗୁଡ଼ିକର ବହୁଳ ପ୍ରଚାର ପ୍ରସାର ପାଇଁ ପ୍ରୟାସ କରାଯାଇଛି। ଯୁବ ଗୋଷ୍ଠୀ ମାନଙ୍କୁ ଆର୍ôଥକ ସାକ୍ଷର କରାଇବା ପାଇଁ ଓ ସଂଚୟ ଆବଶ୍ୟକତାକୁ ଜଣାଇବା ପାଇଁ ଆକର୍ଷଣୀୟ ସାକ୍ଷରତା ଗେମ୍ ଓ କୁଇଜ୍ ପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛୋଟ ପିଲାମାନଙ୍କ ମନରେ ଆର୍ôଥକ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ କିଛି ଆକର୍ଷଣୀୟ ଖେଳର ଆୟୋଜନ କରାଯାଇଥିଲା। ଏହାକୁ ଆହୁରି ସଫଳ ମଣ୍ଡିତ କରିବାକୁ ଯାଇ ଅର୍ଥ ବିଭାଗରୁ ଡେପୁଟି ଡାଇରେକ୍ଟର ରଞ୍ଜନ କୁମାର ଦାସ, ଜିଲ୍ଲା ପ୍ରଶାସନ ର ନିମନ୍ତ୍ରଣ କ୍ରମେ ଯୋଗ ଦେଇ ଥିଲେ। ତାଙ୍କ ସହ ଯୋଗଦେଇଥିଲେ ଯାଜପୁର ଜିଲ୍ଲାର ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ଜ୍ଞାନ ସେଠୀ ଓ ଉପଖଣ୍ଡ ଆର୍ôଥକ ସେବା ଓ ସଂଚୟ ଅଧିକାରୀ ସୁକାନ୍ତ ରାଉତ ମହୋଦୟ। ଏଥିସହ ଭଦ୍ରକ ଲିଡ ବ୍ୟାଙ୍କ୍ ମ୍ୟାନେଜର ନାଗେଶ୍ୱର ରାଓ, ଜିଲ୍ଲା ଡାକ ମୁଖ୍ୟ ଅଧିକାରୀ ବିଜୟ କୁମାର ମହାନ୍ତି, ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ୍ କୁମାର ରାୟ ଓ ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ୍ ର ସିନିୟର୍ ମ୍ୟାନେଜର ମନୋଜ କୁମାର ଦାସ ମହୋଦୟ ବିଭିନ୍ନ ଦିନରେ ଯୋଗଦେଇ ଏହି ଆର୍ôଥକ ସାକ୍ଷରତା ଅଭିଯାନକୁ ଫଳପ୍ରଦ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନ ରେ ଜିଲ୍ଲା ଆର୍ôଥକ ସେବା ଓ ସଞ୍ଚୟ ବିଭାଗ ର ସମସ୍ତ କର୍ମ କର୍ତା ଓ ଭଦ୍ରକ ଜିଲ୍ଲାର ଡାକ ଏଜେଂଟ ବୃନ୍ଦ ସାହାଯ୍ୟ ର ହାତ ବଢାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ