ଭଦ୍ରକ, ୧୮ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ,ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦ୍ୟାନ କୃଷି ଅଧିକାରୀ କୁଞ୍ଜବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଗୋଷ୍ଟି କୃଷି ଅଧିକାରୀ ଅନୁରାଧା ପଣ୍ଡା, ସହକାରୀ ଉଦ୍ୟାନ କୃଷିଅଧିକାରୀଣୀ ସାଧନା ପଣ୍ଡା ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଛତୁ, ପିଜୁଳି, ଅମୃତଭଣ୍ଡା, ଆମ୍ବ, କଦଳୀ, ଲଙ୍କା, ଭେଣ୍ଡି ଟମାଟ, କୁବି, ଆଳୁ ଭଳି ଅନେକ ପ୍ରକାର ଚାଷ ଉପରେ ଯୋଗାଇ ଦିଆଯାଉଥିବା ସ୍କିମ ଗୋଡିକ ଉପରେ ଆଲୋଚନା ଓ ସହାୟତା ଉପରେ ସଚେତନତା କରାଇଥିଲେ। ଏଥିରେ ବ୍ଲକର ଶତାଧିକ ଚାଷୀ, ସ୍ୱୟଂ ସହାୟକା ଗୋଷ୍ଟି ଯୋଗଦେଇ କର୍ମଶାଳାରେ ଭାଗନେଇଥିଲେ। ଚାଷି ମାନଙ୍କ ପାଇଁ ସରକାର ଯେଉ ଯୋଜନା ସବୁ କରୁଛନ୍ତୀ ତାହାକୁ ଠିକ୍ ଭାବରେ ତାହା କୁ ସଠିକ ବିନିଯୋଗ କଲେ ଚାଷି ନିଶ୍ଚିତ ଭାବେ ତାର ପରିବାର ଚଳାଇ ପାରିବେ ବୋଲି ପରାମର୍ଶ ଦିଆ ଯାଇଥିଲା। ସମ୍ପ୍ରସାରଣ ଅଧିକାରୀ ଦିଲ୍ଲୀପ ସାହୁ, ମନୋଜ କୁମାର ନନ୍ଦି, ମହେନ୍ଦ୍ର ଭୁଇଁଆ ପ୍ରମୁଖ କର୍ମଚାରୀ ପରିଚାଳନା କରିଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ