ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ
ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ
ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକ ମୃତ


ସମ୍ବଲପୁର , ୧୮ ଫେବୃୟାରୀ (ହି.ସ.)

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ମନ୍ତ୍ରୀମୁଣ୍ଡା ଛକ ନିକଟରେ କୁଚିଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ ସାହୁଙ୍କ ବୋଲୋରୋ ଗାଡି ଧକ୍କାରେ ଡୁଲେସରା ଗ୍ରାମର ଶଙ୍କର ମାଝୀ ନାମକ ଜନୈକ ବ୍ଯକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । କୁଚିଣ୍ଡା ବିଡ଼ିଓ ଜୟନ୍ତ ସାହୁ କୁସୁମୀ ପଟୁ ଓଡି ୧୫ ଟି ୦୪୨୬ ଅଫିସ ବୋଲୋରୋରେ ଫେରୁଥିଲେ । କୁଚିଣ୍ଡା ପଟୁ ନିଜ ସ୍କୁଟି( ଓଡି ୧୪ ଏକ୍ସ ୭୪୮୯)ରେ ଫେରୁଥିବା ଡୁଲେସରା ବାସିନ୍ଦା ଶଙ୍କର ମାଝୀଙ୍କୁ ହଠାତ୍ ମନ୍ତ୍ରୀମୁଣ୍ଡା ଛକରେ ବିଡ଼ିଓଙ୍କ ଗାଡ଼ି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶଙ୍କରଙ୍କ ମୃତ୍ୟୁ ଘଟିଥିଲା l ପୋଲିସ ଘଟଣା ସ୍ଥଳରେ ପହଂଚି ଵୋଲେରୋକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande