କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହିତ ନେପାଳର ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ଭାବେ ବିତାଡିତ କରିଥିବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏଆଇଡିଏସଓ ର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
Bhubaneswar, 18 ଫେବ୍ରୁଆରି (ହି.ସ.) କିଟ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଜଣେ ନେପାଳର ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଏଥିରେ ସଂପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇଡିଏସଓ ପକ୍ଷରୁ ଦୃଢ ଦାବି କରାଯାଇଛି । ଏହା ସହିତ ଏହି ମୃ
କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହିତ ନେପାଳର ଛାତ୍ରଛାତ୍ରୀଙ୍କୁ ଅମାନୁଷିକ ଭାବେ ବିତାଡିତ କରିଥିବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଏଆଇଡିଏସଓ ର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି


Bhubaneswar, 18 ଫେବ୍ରୁଆରି (ହି.ସ.)

କିଟ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଜଣେ ନେପାଳର ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଏଥିରେ ସଂପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇଡିଏସଓ ପକ୍ଷରୁ ଦୃଢ ଦାବି କରାଯାଇଛି । ଏହା ସହିତ ଏହି ମୃତ୍ୟୁ ଘଟଣାରେ ମର୍ମାହତ ପ୍ରତିବାଦକାରୀ ନେପାଳର ଛାତ୍ରଛାତୀମାନଙ୍କ ଉପରେ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅମାନବୀୟ ବର୍ବର ଆକ୍ରମଣ, ଧମକ ଓ ସେମାନଙ୍କୁ ଜୋରଜବରଦସ୍ତ ହଷ୍ଟେଲରୁ ବାହାର କରି ବିଶ୍ୱବିଦ୍ୟାଳୟ ବସ୍‌ରେ ନେଇ କଟକ ରେଳବାଇ ଷ୍ଟେସନରେ ଛାଡିବା ଘଟଣାକୁ ଏଆଇଡିଏସଓ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ଏହି ଅମାନବୀୟ ନୃଶଂସ ଘଟଣାରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଆଇଡିଏସଓ ଦାବି କରିବା ସହ କହିଛି ଯେ , ଏହି ଘଟଣା ହେଉଛି ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣର କୃର ପରିଣତି । କ୍ୟାମ୍ପସରେ ଅଧ୍ୟୟନରତ ନେପାଳ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, କ୍ୟାମ୍ପସ ଚାରିପଟେ ସମସ୍ତ ମଦ ଓ ମାଦକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଗୁଡିକ ତୁରନ୍ତ ବନ୍ଦ କରିବାକୁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବାକୁ ଏକ ପ୍ରେସ ବିବୃତ୍ତିରେ ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ଦାବି କରିଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande