ଆସିଲା ଅନୁସନ୍ଧାନୀ କାରି କୁକୁର, ବୁଲିଲା ହାଟପଦା
ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ହାଟପଦା ନିକଟରେ ଗତ ୧୬ ତାରିଖ ମଧ୍ୟରାତ୍ରୀରେ ଟ୍ରାକ୍ଟର ସୋରୁମରୁ ସେଫ୍ଟି ଲକର ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରି ନେବା ଘଟଣାରେ ଆଜି ଟାଉନ ପୁଲିସ ଅନୁସନ୍ଧାନୀକାରି କୁକୁରକୁ ଆଣି ଯାଂଚ ଆରମ୍ଭ କରିଛି। ଗତକାଲି ଜି. ବସନ୍ତରାଓ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପ
ଆସିଲା ଅନୁସନ୍ଧାନୀ କାରି କୁକୁର, ବୁଲିଲା ହାଟପଦା


ଜୟପୁର, ୧୮ ଫେବ୍ରୁଆରି (ହି.ସ.) - ହାଟପଦା ନିକଟରେ ଗତ ୧୬ ତାରିଖ ମଧ୍ୟରାତ୍ରୀରେ ଟ୍ରାକ୍ଟର ସୋରୁମରୁ ସେଫ୍ଟି ଲକର ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରି ନେବା ଘଟଣାରେ ଆଜି ଟାଉନ ପୁଲିସ ଅନୁସନ୍ଧାନୀକାରି କୁକୁରକୁ ଆଣି ଯାଂଚ ଆରମ୍ଭ କରିଛି। ଗତକାଲି ଜି. ବସନ୍ତରାଓ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି କୋରାପୁଟରୁ ଏକ ସାଇଂଟିଫିକ ଟିମ ସହ ଅନୁସନ୍ଧାନକାରୀ କୁକୁର ଆସି ସୋରୁମର ସମସ୍ତ ସ୍ଥାନ ବୁଲି ଦେଖିଥିଲେ। ପରେ କୁକୁର ହାଟପଦା ଅଂଚଳରେ ଦୁର୍ବୁତ ଥିବା ନେଇ ସୂଚନା ଦେଇଥିଲା। ମାଲିକ ବସନ୍ତରାଓଙ୍କ କହିବାନୁଯାୟୀ ଘଟଣା ଘଟିବା ରାତ୍ର ତାଙ୍କ ସୋରୁମର ସିକ୍ୟୁରିଟିକୁ ଦୁଇଜଣ ଲୋକ ଡାକିଥିଲେ। ସେମାନେ କାହିଁକି ଡାକିଲେ ବୋଲି ରାସ୍ତା ଉପରକୁ ଆସି କଥା ହେଉଥିବା ସମୟରେ ଦୁର୍ବୁତ ମାନେ ଟିଣ ଉପରୁ ଦୋକାନ ଭିତରେ ପ୍ରବେଶ କରି ଆସବାବ ଭାଙ୍ଗିବା ସହ ସେଫ୍ଟି ଲକର କୁ ଧରି ଚାଲିଯାଇଥିଲେ। ଆଜି ସନ୍ଧାନ କରିବା ପରେ ସୋରୁମ ପକ୍ଷରୁ ହାଟପଦା ଅଞ୍ଚଳର ୩ଜଣଙ୍କୁ ସନ୍ଦେହ କରାଯାଇଛି। ଯାହା ଫଳରେ ପୁଲିସ ସେମାନଙ୍କ ଉପରେ କଡା ନଜର ରଖିଛି। ଆଗାମୀ ଦିନରେ ଖୁବ ଶିଘ୍ର ଲୁଟେରା ମାନେ ଧରା ପଡିଯିବେ ବୋଲି ଟାଉନଥାନା ଦାୟୀତ୍ୱରେ ଥିବା ସଦର ଥାନା ଅଧିକାରୀ ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande