ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ବାଲ୍ୟବିବାହ ସମ୍ପର୍କିତ ଆଲୋଚନା ଚକ୍ର
ଭଦ୍ରକ, ୧୮ ଫେବୃୟାରୀ (ହି.ସ.) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ବାଲ୍ୟବିବାହ ଓ ଯୌନନିର୍ଯ୍ୟାତନା ସମ୍ପର୍କିତ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷଃ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଆଲୋଚନାଚକ୍ରରେ ଡଃ କୃପାସିନ୍ଧୁ ନାୟକ ମୁଖ୍ୟଅ
DAMODAR SANSKRIT COLLEGE-2


ଭଦ୍ରକ, ୧୮ ଫେବୃୟାରୀ (ହି.ସ.) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ବାଲ୍ୟବିବାହ ଓ ଯୌନନିର୍ଯ୍ୟାତନା ସମ୍ପର୍କିତ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷଃ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଆଲୋଚନାଚକ୍ରରେ ଡଃ କୃପାସିନ୍ଧୁ ନାୟକ ମୁଖ୍ୟଅତିଥି, ମୁଖ୍ୟବକ୍ତା ଡଃ ପ୍ରମୋଦ କୁମାର ନାୟକ ଓ ସମ୍ମାନିତ ଅତିଥିଭାବେ ଅକ୍ଷୟ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଆଗକାଳରୁ ବାଲ୍ୟବିବାହ ପ୍ରଥା ତଥା ଆଜିକାର ବାଲ୍ୟବିବାହ ପ୍ରଥା ଓ ଯୌନ ନିର୍ଯ୍ୟାତନା ସଂପର୍କରେ ଭିନ୍ନ ଭିନ୍ନ ମତ ରଖିଥିଲେ। ଏହି ଆଲୋଚନା ଚକ୍ରରେ ସଂଯୋଜକ ଅଧ୍ୟାପକ ଶୁକଦେବ ପଣ୍ଡା ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ ଶ୍ରୀମତୀ ମଞ୍ଜୁଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀମାନେ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜର ସ୍ୱ ସ୍ୱ ମତାମତ ଉପସ୍ଥାପନ କରିଥିଲେ ଏବଂ ମଧୁସୂଦନ ତ୍ରିପାଠୀ, ରଘୁନାଥ ନାୟକ ଓ ଗୌରାଙ୍ଗ ଚରଣ ଦାସ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande