ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ
ପୁରୀ, ୧୮ ଫେବୃଆରୀ (ହି.ସ.)- ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ପ୍ରତ୍ୟେକ ପିଲାଙ୍କୁ ଦକ୍ଷତା ଓ ପ୍ରତିଭାରେ ନିପୁଣ କରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ଜିଲ୍ଲା ସମଗ୍ର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ
ଜିଲ୍ଲା ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ


ପୁରୀ, ୧୮ ଫେବୃଆରୀ (ହି.ସ.)- ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ପ୍ରତ୍ୟେକ ପିଲାଙ୍କୁ ଦକ୍ଷତା ଓ ପ୍ରତିଭାରେ ନିପୁଣ କରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଆଜି ପୂର୍ବାହ୍ନରେ ଜିଲ୍ଲା ସମଗ୍ର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଏହା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ ଶିଶୁ ମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ପ୍ରତିଭା ପ୍ରଦର୍ଶନର ମଞ୍ଚ ଯୋଗାଇ ଥାଏ। ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସହ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଉଦଘାଟନ କରିଥିଲେ। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ଶିଶୁ ମାନଙ୍କ ମନସ୍ତତ୍ବକୁ ବୁଝି ଶିକ୍ଷାଦାନ କରାଗଲେ ତାହା ଅଧିକ ଫଳପ୍ରଦ ହୁଏ ବୋଲି କହିଥିଲେ। ବିଭିନ୍ନ ଉଦାହରଣ ଓ ମହାପୁରୁଷଙ୍କ ଜୀବନୀ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ବେହେରା ପିତାମାତା, ଅଭିଭାବକ ଓ ଶିକ୍ଷକ ମାନେ ଶିଶୁ ପାଇଁ ଉପଯୁକ୍ତ ସମୟ ଦେବା ଓ ସେମାନଙ୍କ ଆଗ୍ରହକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ପିଲାଟି ନିଜ କଥା ବା ଭାବ ନିଜକୁ ସହଜ ହେଉଥିବା ଭାଷାରେ ପରିପ୍ରକାଶ କରିବା, ପ୍ରତିକ୍ରିୟା ଦେବା, ସଂଖ୍ୟା ଜ୍ଞାନ ସମ୍ପର୍କରେ ଅବଗତ ଓ ଅଭ୍ୟସ୍ତ ହେବା ଏହି ନିପୁଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହୋଇ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହାର ଉପଯୋଗ ପାଇଁ ଅନୁରୋଧ କରିଥିଲେ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ନିପୁଣ ଓଡିଶାର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବିଷଦ ତଥ୍ୟ ଉପସ୍ଥାପନ କରିବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପଞ୍ଚସୂତ୍ରର ଉପଯୋଗ, ନିପୁଣ ଓଡ଼ିଶାର ପ୍ରଚାର ପ୍ରସାର, କାର୍ଯ୍ୟାବଳୀ, ଛାତ୍ରଛାତ୍ରୀଙ୍କ ଭୂମିକା, ପିତାମାତାଙ୍କ ଭୂମିକା, ଶିକ୍ଷକ ମାନଙ୍କ ଭୂମିକା, ଗୋଷ୍ଠୀର ଭୂମିକା, ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକା ଓ ଶିକ୍ଷା ଅଧିକାରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ପିଲା ମାନଙ୍କ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଆମ ସମସ୍ତଙ୍କ ଦାୟିତ୍ୱ ରହିଛି ଓ ନିପୁଣ ଓଡ଼ିଶା ପିଲାଙ୍କୁ ଅଧିକ ସଶକ୍ତ ଓ ସମୃଦ୍ଧ କରିବ ବୋଲି କହିଥିଲେ।

ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମର୍ଥ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦ୍ବିତୀକାନ୍ତ ପ୍ରଧାନ, ଶୁଶିଲ କୁମାର ପ୍ରଧାନ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ରାମକୃଷ୍ଣ ସାହୁ ସମସ୍ତଙ୍କୁ ନିପୁଣ ଓଡିଶା ଶପଥ ପାଠ କରାଇଥିଲେ। ପରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande